Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ମଳୟ ଖେଳୁଛି ଦୋଳି

ମଳୟ ଖେଳୁଛି ଦୋଳି

1 min
6.6K


ମଳୟ ଖେଳୁଛି ଦୋଳି

 

ଆଭାକାନ୍ତ ମହାନ୍ତି

 

ମଳୟ ଖେଳୁଛି ଦୋଳି

       ଦକ୍ଷିଣ ସୁନ୍ଦରୀ କୋଳେ,

ପକାଏ ବରଣମାଳ

       ଉତ୍ତର ପ୍ରେମିକା ଗଳେ । ୦ ।

 

ପ୍ରଚରେ ପୂବେଇ ବାଆ

       ମିଳନର ଏଇ ଗୀତି,

ପଶ୍ଚିମ ବାନ୍ଧବୀ କାନ୍ଦେ

       ପଣତ ଯାଉଛି ତିନ୍ତି,

ବାଉଁଶବନ ବଇଁଶୀ

       ବାଉଛି ମଧୁର ତାଳେ । ୧ ।

 

ପ୍ରୀତି ରଚି ରାତି ଆସେ

       ଉଙ୍କି ମାରେ ବଙ୍କା ଜହ୍ନ,

ଟିମିଟିମି ତାରା ନାଚି

       ପୁଲକାଏ ତନୁମନ,

ବେପଥୁ ପଥ ଧରଇ

       ଚୋରା ପ୍ରୀତି ହୃଦତଳେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in