Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ଆ ଖେଳିବା ଛକି‐ଶୂନ

ଆ ଖେଳିବା ଛକି‐ଶୂନ

1 min
291


କାହିଁକି ? ଆଉ କେତେଦିନ ?


କେଉଁ ପାଳିରେ ତୁମ ଛକିକୁ ମୋର ଶୂନ

କେଉଁ ପାଳିରେ ମୋର ଛକିକୁ ତୁମ ଶୂନ

ସବୁ ପାଳି ତୁମେ ଜବରଦସ୍ତ ଜିତୁଛ ତ

ହାରି ହାରି ଜିଣିବାର ସ୍ବାଦ କେତେ ମିଠା

କେବେ କ'ଣ ଚାଖିଛ !


ଛକିରେ ମୁଁ ଜୀବନକୁ ଯୋଡୁ ଯୋଡୁ

ଶୂନରେ ମୂଲ୍ଯହୀନ କରିବାର ଅହଂକାର

ଶୂନରେ ମୋ ପୂର୍ଣ୍ଣତାର ବର୍ତ୍ତୁଳ ଅଙ୍ଗୀକାରକୁ

ଛକି ମାରିଆସିଛି ତୁମ ଅସ୍ବୀକାର !


ଏ ଖେଳରେ କାହାର ଅଧିକାର

ନା କେଉଁ ଜୀବନର ନା ଯୌବନର !


ହୁଁ,ଏବେ ବି ‐ "ଆ ଖେଳିବା ଛକି ଶୂନ"

ଏ ଗୋଟେ ନିର୍ବୋଧ ବାଞ୍ଝ ଉଚ୍ଚାରଣ !


Rate this content
Log in