Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

5.0  

ବି. ନିରୁପମା

Others

ଖସିକି ପଳାଏ ଲୁଚି

ଖସିକି ପଳାଏ ଲୁଚି

1 min
2.6K



ଚାହାଁ ଲୋ ସୁମନା-ଚାହାଁ,

ମୋ କହ୍ନେଇ କରେ ଯାହା ।

ଚାହିଁଛି ବଉଳା ଗାଈ ;

ତୁନି ତୁନି କରି ବାଛୁରୀ ସାଥିରେ

କାହ୍ନା ଯାଏ କ୍ଷୀର ପିଇ ।


ଯେତେବେଳେ ଦିଏ ଯାଚି ,

ସର ଲବଣୀ ମୁଁ କିଛି ।

ନାହିଁ ନାହିଁ କରି କାନ୍ଦେ ରାହା ଧରି

ଖସିକି ପଳାଏ ଲୁଚି ।


ଏଡ଼ିକି ବକଟେ ଛୁଆ ,

ବାହାନା କରେ ସେ ନୂଆ ।

କେବେ ଦିଏହସି କେବେ ଯାଏ ରୁଷି

ହେଲାଣି ଲୋ କଥା କୁହା ।


ଆଉ କେବେ ଲୁଚିି ଯାଇ ,

ଗୁହାଳେ ଦୁହଁଇ ଗାଈ ।

କୁନି କୁନି ଯେତେ ବାଛୁରୀ ଲୋ ସତେ

ଆସେ ପଘା ଖୋଲି ଦେଇ ।


ଯେତେ ତା'ର ଠାଣି-ବାଣୀ ,

ମନ ନେଇଯାଏ ଟାଣି ।

କାମନା ମୁଁ କରେ ପଣତ ଉହାଡ଼େ

ରଖିଥା'ନ୍ତୁ ଠାକୁରାଣୀ ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in