Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଆଜି ନୀଳ କଇଁ

ଆଜି ନୀଳ କଇଁ

1 min
6.9K


ଆଜି ନୀଳ କଇଁ

 

ଆଭାକାନ୍ତ ମହାନ୍ତି

 

ଆଜି ନୀଳ କଇଁ ଲେଖୁଛି ଗୋ ଚିଠି

       ଢାଳି ଶିରାବଣ ଲୁହ

ଜୋଛନା ହଜିଛି ଅମା କୋଳେ ବୋଲି

       ଏଇ ତା ମରମଦାହ । ୦ ।

 

ଚନ୍ଦ୍ରମା ଭୁଲିଛି ଯୁଗାନ୍ତର ପ୍ରୀତି

       ପାଇ ନୂତନ ଅଳିକ

ଆଉ କି ଫେରିବ ସୋହାଗିନୀ ପାଶେ

       ଫେରାଇ ସ୍ମୃତି ବେଳକ

ଏଇ ବେଦନାରେ ଫାଟେ ନୀଳ ଆଖି

       ହୃଦୟରେ ଭରି କୋହ । ୧ ।

 

ପ୍ରୀତିରେ ଘାରିଛି ଅନ୍ତର ବୋଲି ଗୋ

       ଏତିକି ବେଦନା ସିନା

କିଏ ଜାଣେ କିନ୍ତୁ ଚନ୍ଦ୍ରମା କାହିଁକି

       ହୋଇଅଛି ଆନମନା

ଅଧୁରା ରହିଲା ସୁନେଲି ସପନ

       ସାଥୀ ତୁମେ ଶୁଣିଥାଅ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in