ସମ୍ପର୍କ
ସମ୍ପର୍କ
ଦିଲ କା ରିସ୍ତା ମାନେ ଆଜି ।।
ସ୍ୱାର୍ଥ ରେ ହିଁ ଚାଲିଛି
ସ୍ୱାର୍ଥ ସରିଗଲେ ସବୁ ଭୁଲିଯିବେ
ଯୁଗେ ଯୁଗେ ସତ ହେଇଛି,,,
ସମ୍ପର୍କ ର ମାନେ ଆଜି ବଜାରେ
ନିଲାମ ହେଇଯାଉଛି
ଜନ୍ମ କଲା ବାପା ମାଙ୍କୁ ପୁଅ
ବୃଦ୍ଧାଶ୍ରମେ ଛାଡି ଆସୁଛି,,
ବାପା ମାଆ ଙ୍କ ସମ୍ପର୍କ ରମାନେ
କିଏ ବା ଆଜି ବୁଝୁଛି
ସ୍ୱାର୍ଥ ପଛରେ ଗୋଡେଇ ଗୋଡେଇ
ସମ୍ପର୍କ ଯୋଡିବାରେ ଲାଗିଛି ||
ବାପା ମାଙ୍କ ସମ୍ପର୍କ କେତେ ଯେ ନିବିଡ଼
ସିଏ ହିଁ କେବଳ ଜାଣିଛି
ସନ୍ତାନ ସନ୍ତତି ଜନମ ଦେଇ
ଯିଏ ବାପା ମାଆ ହେଇଛ,,,,
ହାତ ଯୋଡି ମୁହିଁ ଅଳି କରୁଅଛି
ବାପା ମାଙ୍କ ସହ ସମ୍ପର୍କ ଯୋଡିବ
ସମୟ ଆସିଲେ ତୁମେ ମଧ୍ୟ ଦିନେ
ବାପା ମାଆ ନିଶ୍ଚେ ହୋଇବ ||
ନିରଞ୍ଜନ