Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Kulangar

Inspirational

2  

Dr Kulangar

Inspirational

ଧେତ୍ ମଣିଷ

ଧେତ୍ ମଣିଷ

1 min
6.9K


ମଣିଷ କେବେ ଗଧ ହୋଇ ପାରେନା

କାରଣ ଗଧର ଚାରିଟା ଗୋଡଥାଏ;

ସେଥିପାଇଁ ମଣିଷ ନିଜର ଚାରି        

   ଚକିଆଟିଏ କିଣିବାକୁ ବ୍ୟାକୁଳ ହୁଏ!


ମଣିଷ କୁକୁରକୁ କାମୁଡି ପାରେନା

କାରଣ ତାର ଦାନ୍ତ ଭୁକେନାଇଁ;

ସେଥିପାଇଁ ମଣିଷ ଆଜୀବନ

     ପୋଷେ ତାକୁ ବିଶ୍ବସ୍ତ ପ୍ରାଣୀ କହି!


ମଣିଷ ମାଙ୍କଡ ଦାୟାଦ ହୋଇପାରେନା

ଏଥିରେ ତିଳେମାତ୍ର ସନ୍ଦେହ ନାହିଁ;

ତେଣୁ ଦିହେଁ ଦିହିଙ୍କି ଦେଖିଲେ

     ସେଇ ରାଗରେ ତଡନ୍ତି ଗୋଡେଇ!


ମଣିଷ ଛେଳି ହୋଇ ପାରେନା

କାରଣ ସିଏ ଛେଳି ଓ ଟଙ୍କା ଖାଏ;

ବିଚରା ଛେଳି ରୋଗିଣା ମଣିଷ ପରି

  ସବୁଜ ଘାସପତ୍ର ଖାଇ ଜୀବନ କଟାଏ!


Rate this content
Log in

Similar oriya poem from Inspirational