ମୁଁ ଥକିନି
ମୁଁ ଥକିନି
ବାହୁଡି ଯାଇଛି ଗ୍ରୀଷ୍ମ ଋତୁ,
ରଙ୍ଗମଞ୍ଚକୁ ଉଲଗ୍ନ କରି....
ଶରତର ପତ୍ରଝଡ଼ା କରିଛି
ବହଳିଆ ଏ ଭୂଇଁକୁ।
ଶୀତର ଅପେକ୍ଷାରେ ଧରିତ୍ରୀ,
ସୂର୍ଯ୍ୟ ଏବେବି ଲୁଚକାଳି ଖେଳୁଛି,
ଗଗନରେ ମେଘ ପଛରୁ ।
ମନେହୁଏ, କାଳବୈଶାଖୀର
ପତ୍ରଝଡ଼ାରେ ଝଡ଼ିଯାଇଛି,
ଆମ ଦୁଃଖ, ବେଦନା....
ପୋତି ହୋଇଯାଇଛି ମାଟିରେ
ଶୁଖିଲା ପତ୍ର ସହ।
ବସନ୍ତର ଆଗମନର ଶିହରଣ,
ସତେକି,ଦ୍ୱାରଦେଶରେ କରାଘାତ କରେ
ନୂତନ ସ୍ୱପ୍ନ, ଆନନ୍ଦ,ଆଶା ଓ ଉତ୍ସାହ।
ଥକିବାକୁ ଚାହୁଁନି ....
ବଞ୍ଚିବାକୁ ଅଛି ବର୍ତ୍ତମାନରେ,
ଉପଯୋଗ କରି ପ୍ରତିଟି ମୂହୁର୍ତ୍ତ....
ଗଢିବାକୁ ଏକ ସୁନ୍ଦର ଭବିଷ୍ୟତ ।
ପାଶୋରିବାକୁ ଚାହେଁ ପତନ ଅତୀତର,
ନିଷ୍ଫଳତା , ଭର୍ତ୍ସନା ଓ କୋପ କାହାର।
ଶରତର ବାସ୍ନା ଚିଡେଇ ହେଉଛି
ମୋ ନାସାରନ୍ଧ୍ର ସାଥିରେ,
ହେଲେ, ମୁଁ ଆଗେଇ ଯିବାକୁ ଚାହେଁ,
କରି ସେଠାରୁ କେବଳ ସୁବାସିତ ଗନ୍ଧ,
ବିଶ୍ୱାସର ସହ ଆଘ୍ରାଣ।
ଏ ବସନ୍ତେ ଏକ ଶ୍ରୀ ସଂପନ୍ନ ....
ଭବିଷ୍ୟତ କରିବାକୁ ଅଛି ଗଠନ।