ବାକି ଅଛି କଥା କିଛି
ବାକି ଅଛି କଥା କିଛି
1 min
133
ସେଇ ଜହ୍ନ ଅଛି ସେଇ ତାରା ଅଛି
ବାକି ଅଛି କଥା କିଛି
ସେଇ ମନ ଅଛି ସେଇ ଚିହ୍ନ ଅଛି
ହେଲେ ସବୁ ମିଛିମିଛି ।୦।
ବରଷା ରାତେରେ ଦିନେ ଭିଜିଭିଜି
ମୋ ପାଶେ ଆସିଲ ସାଥିଟିଏ ସାଜି
ସପନ ଦୁଆର ସବୁ ଦେଲ ଖୋଲି
ଅନ୍ଧାରି ନିଆଁରେ ଦେଲ ମୋତେ ଜାଳି
ସେଇ ଦେହ ଅଛି ସେଇ ନିଆଁ ଅଛି
ଦିନ ଗଲା ଘୁଞ୍ଚିଘୁଞ୍ଚି ।୧।
ସେ ରାତି ସେ ଛୁଆଁ ପାରୁନି ମୁଁ ଭୁଲି
ବରଷା ଆମକୁ ଗଲା ପଛ କରି
ମେଘ‐ମହ୍ଲାର ଯେ ଗାଉଥିଲା କାଲି
ଆଜି ଡାକାଲେ ବି ଆସୁନାହିଁ ଫେରି
ବୟସ ଆମକୁ ଡେଇଁଗଲା ପରେ
ଖାଲି ସ୍ମୃତି ଅଛି ବଞ୍ଚି ।୨।