Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Action Others

3  

Prabhas Mohapatra

Action Others

ଜେଜେ ଭାରତର

ଜେଜେ ଭାରତର

1 min
11.4K


ଜେଜେ ତୁମେ ଥିଲ ଗାନ୍ଧୀଙ୍କ ଆଦର୍ଶ

ତ୍ୟାଗ ଅହିଂସା ପୂଜାରୀ ।

ଭାରତ ଆମର ଆମେ ଭାରତର

ଏ ଦେଶ କୁହ ଆମରି ।।


ସ୍ୱାଧୀନ ଭାରତ ସଂଗ୍ରାମରେ ମାତି

ହୋଇଲ କାରାବରଣ ।

ଗାନ୍ଧୀଙ୍କ ସାଥୀରେ ଫିରିଙ୍ଗି ପାଇଁକି

କଲ ଅହିଂସାର ରଣ ।।


କେତେ ଆନ୍ଦୋଳନ କେତେ ଅନଶନ

ବଳେ ସ୍ଵାଧୀନ କରିଲ ।

ଆଜୀବନ ତୁମେ ନିଃସ୍ଵାର୍ଥ ଭାବେରେ

ସମାଜ ସେବା କରିଲ ।।


ଖଟି ଖାଅ ନୀତି ରବୀନ୍ଦ୍ରଙ୍କ ଗୀତି

ଗାଉଥିଲ ଜେଜେ ସର୍ବେ । 

ସାଧାରଣ ପରି କାଟୁଥିଲ ଦିନ

ମୁଁ କୁହ ଓଡ଼ିଆ ଗର୍ବେ ।।


ତୁମ ବିୟୋଗରେ ଶୂନ୍ୟସ୍ଥାନ ପଡେ

ସଂଗ୍ରାମୀର ଇତିହାସେ ।

ଭାରତ ମାଆର ସୁଯୋଗ୍ୟ ସନ୍ତାନ

ଜେଜେ ଆସନ୍ତକି ପାଶେ ।।



Rate this content
Log in

Similar oriya poem from Action