ବାଦଲ
ବାଦଲ
ଆକାଶରେ ଆକାଶେ ମେଘ
ଡର ଲାଗେ
କାଳେ ଅଦିନରେ ବର୍ଷି ଯିବ ବୋଲି
ଡର ଲାଗେ ଏଠି ପାଇଁ
କାଳେ ପ୍ରିୟା କଥା ମନେ ପଡି ଯିବ ବୋଲି ।
ସତରେ ମେଘ ଆସୁ ବୋଲି
ବେଳେବେଳେ ଭାବେ
ତୁମେ ଆସିବ
ପୁଣି ତୁମ ସହ ତୁମର ସେଇ
ଅଳଶୀ ବାଦଲର ଧୂଆଁ ଗୁଡାକ ସହ
ସେଥିରେ ପ୍ରିୟାର ମୁହଁ
ଲୁଚିଯାଏ ସତ
କିନ୍ତୁ ରହିଯାଏ ଖାଲି
ବାଦଲ ର ଧୂଆଁ ପରି
କୋହ ଗୁଡାକ ଏଇ ଛାତି ଭିତରେ ।
ମନେ ମନେ ସାଇତି ରଖିଛି
ପ୍ରକାଶ କରିନି କାହା ଆଗରେ
ତୁମ ସ୍ୱାଭିମାନ ଆଉ ଆଶା
ମୋ ପାଇଁ ଆଜି
ପାଲଟି ଯାଇଛି
ସ୍ମୃତିର ସାଉଁଟା ଅତିଥି ।
ବଦଳି ଯାଇଛି ଅତୀତ
ଆଉ ବଦଳି ଯାଇଛି ଏବେର
ସେଇ ସମ୍ପର୍କର ।
ଖାଲି ବାକି ରହି ଯାଇଛି
ବାଦଲ ପରି ଧୂଆଁ ଧୂସରିତ
ଦେଖାଯାଉଥିବା ପ୍ରେମିକାର ମୁହଁ
ସହ ସମ୍ପର୍କର ସେଇ ଅଭୁଲା ଛିଟା ଗୁଡାକ ।
ଜାଣେନା କେବେ କଣ ହେବ
ବ୍ୟସ୍ତ ବି ଲାଗେନା
କିଛି ଘଟିବାର ଅବଶ୍ୟମ୍ଭାବୀ
ତଥାପି କିଛି ଘଟେନା ।
ଏଇ ଯେମିତି ସବୁ ବାଦଲ କଣ
ବର୍ଷା ହୋଇ ଝରି ଯାଏ ।
ସଭିଙ୍କ ଇଛା ଥାଏ ଯଦିଓ
କିଏ ବା ତାକୁ ପଚାରେ ।
ବିଚରା ମଣିଷ ଖାଲି
ଝୁରି ଝୁରି ମରେ ।