ପ୍ରିୟା ର ଗାଆଁ
ପ୍ରିୟା ର ଗାଆଁ
ଅଙ୍କା ବଙ୍କା ନଈ କୂଳ ପାହାଡ଼ର
ସେପଟେ ପ୍ରୀୟା ର ଗାଆଁ
ତାଳ ତମାଳ ର କାନନ କୁଂଜରେ
ନାଚି ବୁଲେ ନୀତି ପ୍ରୀୟା (1)
ଗାଆଁ ଆମ୍ବତୋଟା ନଈ ର ସେ ପଠା
ତା ପାଖ ଶିବ ମନ୍ଦିର
ସୁନ୍ଦର ସବୁଜ ଧାନର ଖେତର
ମଝିରେ ପ୍ରୀୟା ର ଘର (2)
ସକାଳ ସୁରୁଜ ସୁନାର ଖେତରେ
କିରଣ ବୁଣିଲା ପରେ
ନଦୀରେ ଗାଧୋଇ ସୁନ୍ଦରୀ ପ୍ରୀୟା ମୋ
ପାଦ ଟେକି ଘରେ ଫେରେ (3)
ସଞ୍ଜ ନଇଁ ଗଲେ ସୁରୁଜ ବୁଡ଼ିଲେ
ବାଇଆ ବସାରେ ଫେରେ
କୋଟି ଦେବତାଙ୍କୁ ମନାସି ପ୍ରୀୟା ମୋ
ନୀତି ସଞ୍ଜ ଦୀପ ଜାଳେ (4)