Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ସ୍ମୃ୍ତି ଏକ ରୂପା ଜହ୍ନ

ସ୍ମୃ୍ତି ଏକ ରୂପା ଜହ୍ନ

1 min
181



ପ୍ରେମ ଫରୁଆରେ ହୃଦୟ ଭିତରେ

ସାଇତି ରଖିଛି ସ୍ମୃ୍ତି ,

ଅପାସୋରା ଛବି ଉଙ୍କିମାରେ ନିତି

ଉଦ୍ଭାସିତ ହୁଏ ପ୍ରୀତି ! !


ଭଲ ପାଇବାର ଏଇ ନିଦର୍ଶନ

ହୃଦୟେ ଭରିଛି କୋହ ,

ତୁମେ ଧନମନ ମୋ' ଆଖିସପନ

କେତେ ଭଲ ପାଏ କୁହ ! !


କେମିତି ଭୁଲିଲ କୁହ ପ୍ରିୟତମ

ଝୁରୁଛି ମୁଁ ଦିନ ରାତି ,

ସ୍ମୃ୍ତି ରୂପାଜହ୍ନ ରହିଛି ଅକ୍ଷୂର୍ଣ୍ଣ

ଅଜାଡିବ ବୋଲି ପ୍ରୀତି ! !


ଦୂର ରାଇଜରେ ମୁଁ'ଯେ ଝୁରିମରେ

ଅଭୁଲା ସ୍ମୃ୍ତିକୁ ଭାବି ,

ଫେରିବକି ମୋ'ର ପ୍ରେମୀକ ପ୍ରବର

ଆଙ୍କିବି ମୁଁ' ପ୍ରେମ ଛବି ! !


ପ୍ରେମ ମୁକସାକ୍ଷି ରୂପାଜହ୍ନ ସ୍ମୃତି

ଆକାଶରେ ଦିଏ ହସି ,

ତାକୁ ମୁଁ ଚାହିଁଲେ ତୁମ ଛବିଦେଖେ

କାହିଁ ଗଲ ପରବାସୀ ! !


ପ୍ରେମ ବିରହିଣୀ ଭୁଲି ପାରିବନି

ପ୍ରଥମ ପ୍ରେମର ସ୍ମୃ୍ତି ,

ଝୁରି ଝୁରି ବୋଧେ ଯିବି ମୁଁ'ମରି

ଅଲିଭା ଏ ' ପ୍ରେମ ପ୍ରୀତି ! !


ରହିଯିବ ଗାଥା ପ୍ରେମରଏ' କଥା

ଆହାକି ଏ ପ୍ରେମ କୀର୍ତ୍ତି ,

ପ୍ରେମ ପୁଜାରିଣୀ ବିଶ୍ଵାସ ଭାଙ୍ଗିନି

ହବ ବୋଲି ସାଥୀ ସ୍ମୃ୍ତି ! !


ଆସ ରୂପାଜହ୍ନ ଛୁଇଁ ଦେବଦେହ

ପ୍ରେମ ଫୁଲ ମହକିବ ,

ସ୍ମୃ୍ତିପ୍ରୀତି ସାଥୀ ପ୍ରତୀକ୍ଷାରେ ଅଛି

ପ୍ରେମଟା ସାର୍ଥକ ହେବ ! !



ସଦାନନ୍ଦ ସାହୁ

ଧୁରୁଷିଆ , ଆଠଗଡ଼ , କଟକ ,

ph - 9776184548


Rate this content
Log in