ଜୀବନ ଗୀତା- ୭୨
ଜୀବନ ଗୀତା- ୭୨
1 min
6.4K
ଜୀବନ ଗୀତା- ୭୨
ଏ ଜୀବନ ଏକ ବେଗବତୀ ନଦୀ
ଧାଉଁଥାଏ ଦିନରାତି
ଆଶାର ସଙ୍ଗୀତ ଗାଇ ଚାଲିଥାଏ
ଅନ୍ଧାରେ ନଥାଏ ଭୀତି ॥୦॥
ଇଚ୍ଛାମତୀ ନଦୀ ନିଜର ଇଚ୍ଛାରେ
ଗତିପଥ ଖୋଜିନିଏ
ବିଜୟ ପଥରେ ଅସୀମ ଆଶାରେ
ଚାଲିଥାଏ ନିତି ସିଏ
ଆଖିରେ ତାହାର କେତେ ଯେ ସପନ
ଭିଡ କରେ ଆସି ନିତି ॥୧॥
ଅଧୀର ଆବେଗେ ଧାଇଁଯାଉଥାଏ
ଲକ୍ଷ୍ୟକୁ ଭେଟିବା ପାଇଁ
କେବେ ତା'ର ଲକ୍ଷ୍ୟ ପୂରଣ ହୁଏତ
କେବେ ପୁଣି ହୁଏନାହିଁ
ଉଦାସ ନହୋଇ ଧାଉଁଥାଏ ପୁଣି
ଶେଷେ ବାଜି ଯାଏ ଜିତି ॥୨॥