Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

2  

Prasant Kumar Nath

Others

ବିଦାୟ ୧୮ ସ୍ୱାଗତ ୧୯

ବିଦାୟ ୧୮ ସ୍ୱାଗତ ୧୯

1 min
255


ଆକାଶେ ଉଇଁବ ନୂତନ ସୂରୁଜ
ରାତି ଗଲା ପରେ ପାହି
ନୂଆ ଭାବନାରେ ମନଟା ନାଚିବ
ପୁରୁଣାକୁ ଭୁଲି ଯାଇ ।

କ୍ୟାଲେଣ୍ଡର ପୃଷ୍ଠା ଯିବତ ବଦଳି
ନୂଆ ଗୋଟେ ଆସିଯିବ
ଦୁଇ ହଜାର ଅଠର ଜାଗାରେ
ଉଣେଇସି ବସିଯିବ ।

ଅଠର କାନ୍ଦୁଛି ଗୁମୁରି ଗୁମୁରି
ହୋଇଯିବ ବୋଲି ପର
ଉଣେଇସି ଖୁସି କହିଲେ ନସରେ
ହେବ ବୋଲି ଆପଣାର।

ସେପାଖରେ ଆସି ଉଣେଇସି ଉଭା
ଏରୁଣ୍ଡି ଡେଇଁବ ବୋଲି
ଏପାଖେ ବସିଛି ଅଠର ଦୁଃଖରେ
ଦୂରେ ଯିବ ବୋଲି ଚାଲି ।

ଗୋଟାଏ ମୁହୂର୍ତ୍ତ ଏପାଖ ସେପାଖ
ଯିବା ଆସିବାର ବେଳ
ପ୍ରବେଶ ପ୍ରସ୍ଥାନ ଏକା ସମୟରେ
ନୂଆ ପୁରୁଣାର ଖେଳ ।

ସ୍ୱାଗତ ତୁମକୁ ଆହେ ନବବର୍ଷ
ଆସ ସୁଖ ଶାନ୍ତି ନେଇ
ବିଦାୟ ତୁମକୁ ଦେଉଛୁ ଅଠର
ରହିଥାଅ ସ୍ମୃତି ହୋଇ ।
*****
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର-୭୫୫୦୧୩.
ମୋ-୮୮୯୨୩୦୧୧୪୩


Rate this content
Log in