Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

4.9  

Prasanna Kumar Madala

Inspirational

ପ୍ରଣାମର ମାହାତ୍ମ୍ୟ

ପ୍ରଣାମର ମାହାତ୍ମ୍ୟ

1 min
20.5K


କୁରୁକ୍ଷେତ୍ର ମଧ୍ୟେ      ଥାଇ ଧର୍ମଯୁଦ୍ଧେ 

      ଦୁର୍ଯ୍ୟୋଧନ କଟୁ ବାଣୀ

ଶୁଣି ଗଙ୍ଗାପୁତ୍ର      ବିସ୍ତାରିଲେ ନେତ୍ର

      ମରମେ ଆହତ ଜାଣି ।

ନ କରି ବିଳମ୍ବ       ହୃଦେ ବହି ଦମ୍ଭ

      ଶପଥେ ଆଚରି ବ୍ରତ

କହିଲେ ତକ୍ଷଣେ     କାଲି ଏହି ରଣେ

     ପାଣ୍ଡବେ ହୋଇବେ ହତ ।

ହେବେ ବୋଲି ବଧ    ଶୁଣନ୍ତେ ସମ୍ବାଦ

     ଶିବିରେ ଭାଳେଣି ପଡେ

ଭୀଷ୍ମ ପିତାମହ    ସଙ୍ଗେ କିବା ଦ୍ରୋହ

      ମରଣ ପ୍ରମାଦ ବଢେ ।

ଏମନ୍ତ ସମୟେ      କୃଷ୍ଣ ଅନୁନୟେ

     କହିଲେ ଶୁଣ ହେ କୃଷ୍ଣା

ଭଗିନୀ ମୋ ସାଥେ   ଆସ ଏହି ପଥେ

      ନିବାର ବିକଟ ତୃଷ୍ଣା ।

ଶୁଣି ତାଙ୍କ କଥା      ନତ କରି ମଥା

      ଚଳିଗଲେ ଅନୁସରି

ଧନଞ୍ଜୟ ସଖା      କୃଷ୍ଣ ଥିଲେ ରକ୍ଷା

      ଏହିକଥା ଚିତ୍ତେ ସ୍ମରି ।

ଭୀଷ୍ମଙ୍କ ଶିବିରେ     ପହଞ୍ଚି ଗମ୍ଭୀରେ

      କେଶବ କହନ୍ତି ଧୀରେ

ପ୍ରବେଶି ଲୟରେ   ଗାଙ୍ଗେୟ ପୟରେ

      ପ୍ରଣାମ କର ଅଚିରେ ।

ନିଶୀଥେ ଦ୍ରୌପଦୀ   ପାଦେ ପାଣି ଛନ୍ଦି

      ପଡନ୍ତେ ବିନୟେ ଅତି

ଦେଇ ଶୁଭାଶିଷ     ଉଚ୍ଚାରିଲେ ଭାଷ

      ଅଖଣ୍ଡ ସୌଭାଗ୍ୟବତୀ ।

ମନେ ମୋ ସଂଶୟ    କୁହ କି ବିଷୟ

     ଆସିଛ ପୌତ୍ରୀ କା' ସାଥେ

କୃଷ୍ଣ ବିନୁ ସତେ    କେ ଅଛି ଜଗତେ

      ଖଣ୍ଡିବାକୁ ପଣ ରାତେ ।

ତଦନ୍ତେ କେଶବ     ମିଳନ୍ତେ ଭାର୍ଗବ

      ପ୍ରଣମିଲେ ପାଶେ ଧାଇଁ

ଶରଶଯ୍ୟା ବେଳେ   ଦେଖି ଅନ୍ତକାଳେ

     ବୈକୁଣ୍ଠେ ବସିଲେ ଯାଇ ।

ଭୀଷ୍ମ ପାଦ ତଳେ    ପ୍ରଣାମର ବଳେ

     କୌନ୍ତେୟଙ୍କ ମୃତ୍ୟୁଭୟ

ହେଲା ବୋଲି ଦୂର  ଅନ୍ତେ ସେହି ଶୂର

     ସଂଘର୍ଷେ ଲଭିଲେ ଜୟ ।

      ପ୍ରସନ୍ନ କୁମାର ମାଦଳା


Rate this content
Log in