Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

LAXMAN KUMAR BEHERA (ଯତି)

Others

3  

LAXMAN KUMAR BEHERA (ଯତି)

Others

ଯତି ବଚନ

ଯତି ବଚନ

1 min
6.9K


ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)


କଳିଯୁଗରେ କଳକୀ

ପବିତ୍ର ପ୍ରାଣୀଙ୍କୁ ରଖି

ପାପୀକୁ ନାଶିବେ ଯେ',

ଧର୍ମେ ଚଳିବ ଧରିତ୍ରୀ

ମିଛ ମାୟାରୁ ମୁକତି

ଅଧର୍ମ ବିଲୀନ ଯେ' । ।। ୪୯ ।।


ରାତିର ଭୋକ ଯେମିତି

ରାଣ୍ଡିର ଦୁଃଖ ସେମିତି

ଦୁଃଖ ପରେ ସୁଖ ଯେ',

ପୂର୍ବ ଜନ୍ମ ପାପ ଫଳେ

ନର୍କ ଭୋଗ ମହୀତଳେ

ଜୀବେ ଜାଣି ଥାଅ ଯେ' । ।। ୫୦ ।।


ସ୍ବର୍ଣ୍ଣ ରୌପ୍ଯ ଅଳଙ୍କାର

ବଢିବ ବଜାର ଦର

କହେ କଳିକାଳ ଯେ',

ଖାଣ୍ଟି ଜିନିଷ ନ ଥିବ

ଭେଜାଲ ମିଛେ ଚଳିବ

ସାରା ବସୁନ୍ଧରା ଯେ' । ।। ୫୧ ।।


ନାରୀ ମୋହିନୀ ସାଜିଣ

ଯୋଖି ମୋହମାୟା ବାଣ

ମହଲେ ପସିବ ଯେ',

ସାଜିଣ କାଳ ନାଗୁଣି

ନାଶିବ ସ୍ବବଂଶ ପୁଣି

କଳିଯୁଗ କହେ ଯେ' । ।। ୫୨ ।।


ମଦ୍ୟପାନ ପଶା ଖେଳ

ଚୋରିଦାରୀ ଠକ ମେଳ

ରଚେ କଳିଯୁଗ ଯେ',

ଚତୁର ସାହସ ବଳେ

ବଞ୍ଚିବେ ଜୀବେ କୌଶଳେ

ଜୀବେ ଜାଣି ଥାଅ ଯେ' । ।। ୫୩ ।।


ଗଞ୍ଜେଇ ଚିଲମ ଯହିଁ

ଲୋକେ ଆଗଭର ତହିଁ

ଜପି ଭୋଳାନାଥ ଯେ',

ଦେହରେ ବଳ ନ ଥିବ

କୁକରମେ ଦିନ ଯିବ

ଜୀବେ ଜାଣି ଥାଅ ଯେ' । ।। ୫୪ ।।


ସ୍ବଦେହରେ ଯୁଧିଷ୍ଠିର

ଆରୋହଣ ସ୍ବର୍ଗପୁର

ସତ୍ଯ ଧର୍ମ ବଳେ ଯେ',

ସ୍ବହସ୍ତେ ବୃକ୍ଷ ରୋପଣ

ଅନ୍ନ, ବସ୍ତ୍ର, ଜଳ ଦାନ

ଧରମ ଅର୍ଜନ ଯେ' । ।। ୫୫ ।।


ଅନାଦି ଅନନ୍ତ ସତ୍ୟ

ଧର୍ମ ବଳେ ହିଁ ପ୍ରାପତ

ଶୁଣ ସୁଧୀ ଜନେ ଯେ',

ଭକ୍ତ ଭଗବାନ ଜିଣେ

ଭକ୍ତି ସଦା ଶ୍ରୀଚରଣେ

ଜୀବେ ଜାଣି ଥାଅ ଯେ' । ।। ୫୬ ।।


କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-09668242720


Rate this content
Log in