Audio

Forum

Read

Contests

Language


Write

Sign in
Wohoo!,
Dear user,
ଧର୍ମ ଅଧର୍ମ
ଧର୍ମ ଅଧର୍ମ
★★★★★

© Mamatamanjari Das

Inspirational

1 Minutes   12.8K    2


Content Ranking

ଧର୍ମ ଅଧର୍ମର ପଶାପାଲି ଖେଳ

ନିଇତି ଏଠାରେ ଚାଲେ

ପ୍ରମାଣ ଅଭାବୁ ହାରିଯାଏ ଧର୍ମ

ଅଧର୍ମଟା ମାଡିଚାଲେ ।

କୁରୁ ସଭାତଳେ ଗୋଟିଏ ଦ୍ରୌପଦୀ

ହୋଇଥିଲା ବିବସନା

ଆଜି ଧର୍ମଦାଣ୍ଡେ ହଜାରେ ଦ୍ରୌପଦୀ

ହେଉଛନ୍ତି ହୀନିମାନ । 

କୁରୁ ସଭାତଳେ କେଶବ ରଖିଲେ

ବନ୍ଧୁତ୍ୱରେ ବନ୍ଧା ଦ୍ରୌପଦୀ ସତୀତ୍ବ ମାନ

ହେଲେ ଆଜିର ସମାଜେ ବନ୍ଧୁତ୍ୱ ଆଳରେ

ନାରୀଟିକୁ କରିଦ୍ୟନ୍ତି ଗଣିକା ସମାନ ।

ଗୋଟେ ଦୁର୍ଯ୍ୱୋଧନ କି ଗୋଟେ ଦୁଃଶାସନ

ନୁହଁନ୍ତି ଏଠି ଭକ୍ଷକ

କୋଟି କୋଟି ଦୁର୍ଯ୍ୱୋଧନମାନଙ୍କର

ଲୋଲୁପ ଫାଶରେ

ଆବଦ୍ଧ ଆଜିର ଏ ନାରୀ ସମାଜ ।

କାଗଜ କଲମେ  ଚାଲେ ଏଠି ନିତି

ନାରୀ ସୁରକ୍ଷାର କଥା

ନାରୀକୁ ବିପଦ ଆସେ ଯେତେବେଳେ

କାହାରି ନଥାଏ ଦେଖା ।

ଆସ ଆସ ହେ କେଶବ ତୁମେ

ପୁଣିଥରେ ଜନ୍ମ ନିଅ ଏ ଧରା ପୃୃୃଷ୍ଠରେ

ଶାନ୍ତକର ଏ ମହୀକୁ ତୁମ ଭୂଜଛାୟାତଳେ

 କୁରୁ ବଂଶ ଲୋପ ପାଉ

ରାମ ରାଜ୍ୟ ହେଉ ପୁଣି ପ୍ରତିଷ୍ଠା

ଗାନ୍ଧୀଙ୍କର ସ୍ୱପ୍ନ ହେଉ ସତ୍ୟ

ରାତି ଅଧେ ନିର୍ଦ୍ୱନ୍ଦ୍ୱରେ ନାରୀଟିଏ

ଚାଲିପାରୁ ଏକା ।

ମମତା ମଞ୍ଜରୀ ଦାସ ,ନୂଆପଡା

ପ୍ରେସକଲୋନୀ ,ମଧୁପାଟଣା ,କଟକ

 

 

କବିତାଟି ବିଶେଷ କରି ଆଜିର ନାରୀ ମାନଙ୍କ ଉପରେ ପର୍ଯ୍ୟ ବେଶିତ । ପୌରାଣିକ ଚରିତ୍ର ଦ୍ରୌପଦୀ ଓ କୃୃୃଷ୍ଣ ଭଗବାନ୍ ଓ ଆଜିର ନାରୀ ଓ ତାର ପୁରୁଷ ବନ୍ଧୁଙ୍କୁ ନେଇ ଲେଖା ଯାଇଛି।ତା ଭିତରେ ଆଜିର ରାଜନୀତିର କିଛି ଛାପ ବି ଅଛି ।

Rate the content


Originality
Flow
Language
Cover design

Comments

Post


Some text some message..