Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Inspirational

2.5  

Mamatamanjari Das

Inspirational

ଧର୍ମ ଅଧର୍ମ

ଧର୍ମ ଅଧର୍ମ

1 min
13.1K


ଧର୍ମ ଅଧର୍ମର ପଶାପାଲି ଖେଳ

ନିଇତି ଏଠାରେ ଚାଲେ

ପ୍ରମାଣ ଅଭାବୁ ହାରିଯାଏ ଧର୍ମ

ଅଧର୍ମଟା ମାଡିଚାଲେ ।

କୁରୁ ସଭାତଳେ ଗୋଟିଏ ଦ୍ରୌପଦୀ

ହୋଇଥିଲା ବିବସନା

ଆଜି ଧର୍ମଦାଣ୍ଡେ ହଜାରେ ଦ୍ରୌପଦୀ

ହେଉଛନ୍ତି ହୀନିମାନ । 

କୁରୁ ସଭାତଳେ କେଶବ ରଖିଲେ

ବନ୍ଧୁତ୍ୱରେ ବନ୍ଧା ଦ୍ରୌପଦୀ ସତୀତ୍ବ ମାନ

ହେଲେ ଆଜିର ସମାଜେ ବନ୍ଧୁତ୍ୱ ଆଳରେ

ନାରୀଟିକୁ କରିଦ୍ୟନ୍ତି ଗଣିକା ସମାନ ।

ଗୋଟେ ଦୁର୍ଯ୍ୱୋଧନ କି ଗୋଟେ ଦୁଃଶାସନ

ନୁହଁନ୍ତି ଏଠି ଭକ୍ଷକ

କୋଟି କୋଟି ଦୁର୍ଯ୍ୱୋଧନମାନଙ୍କର

ଲୋଲୁପ ଫାଶରେ

ଆବଦ୍ଧ ଆଜିର ଏ ନାରୀ ସମାଜ ।

କାଗଜ କଲମେ  ଚାଲେ ଏଠି ନିତି

ନାରୀ ସୁରକ୍ଷାର କଥା

ନାରୀକୁ ବିପଦ ଆସେ ଯେତେବେଳେ

କାହାରି ନଥାଏ ଦେଖା ।

ଆସ ଆସ ହେ କେଶବ ତୁମେ

ପୁଣିଥରେ ଜନ୍ମ ନିଅ ଏ ଧରା ପୃୃୃଷ୍ଠରେ

ଶାନ୍ତକର ଏ ମହୀକୁ ତୁମ ଭୂଜଛାୟାତଳେ

 କୁରୁ ବଂଶ ଲୋପ ପାଉ

ରାମ ରାଜ୍ୟ ହେଉ ପୁଣି ପ୍ରତିଷ୍ଠା

ଗାନ୍ଧୀଙ୍କର ସ୍ୱପ୍ନ ହେଉ ସତ୍ୟ

ରାତି ଅଧେ ନିର୍ଦ୍ୱନ୍ଦ୍ୱରେ ନାରୀଟିଏ

ଚାଲିପାରୁ ଏକା ।

ମମତା ମଞ୍ଜରୀ ଦାସ ,ନୂଆପଡା

ପ୍ରେସକଲୋନୀ ,ମଧୁପାଟଣା ,କଟକ

 

 


Rate this content
Log in