ଜୀବନ ଗୀତା-୨୭୪
ଜୀବନ ଗୀତା-୨୭୪
ଯୁଗ ଯନ୍ତ୍ରଣାରେ ଜୀବନ ଯେବେ
ହୋଇଯାଏ ଜର୍ଜରିତ
ବଂଚିବାକୁ ହୁଏ ସଦା ସର୍ବଦା
ହୋଇ ଖାଲି ଆତଙ୍କିତ ॥୦॥
ବେଦନାମୟ ଜୀବନଯାତ୍ରା
ନୁହେଁତ ଏତେ ସହଜ
କଣ୍ଟକମୟ ପଥରେ ଚାଲି
ପାଦ ତ ନିତି ଦରଜ
ସଂଶୟ ଘେରରେ ଜୀବନ ସିନା
ହେଉଥାଏ ବିଚଳିତ ॥୧॥
ରହସ୍ୟମୟ ଚାଲିଚଳନ
ଦରଦ ନାହିଁ କାହାରି
ଅଜଣା ଭୟ କରେ ଅଥୟ
ଜୀବନ ଏଠି ସବୁରି
ଆଶା ଆଶଙ୍କାରେ ଜୀବନ ଏଠି
ହେଉଥାଏ ଆତଯାତ ॥୨॥