Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutlata Das

Fantasy

4  

Bidyutlata Das

Fantasy

ପକ୍ଷୀ ମୁକ୍ତିକାମୀ

ପକ୍ଷୀ ମୁକ୍ତିକାମୀ

1 min
445


ଏ ସମଗ୍ର ଆକାଶର ଅଧିଶ୍ୱର

ନୁହଁ ତୁରେ ପକ୍ଷୀ

ଛାର ନିମିତ୍ତ ମାତ୍ରଟେ ତୁହି

ଆଜି ଖୋଜୁଥାଉ ପଥ ଏଠି

ମୁକ୍ତିର ଆହ୍ୱାନେ ମୁଗ୍ଧ ହୋଇ ।

ମୁକ୍ତି କଣ ପଣ୍ଯାଗାରେ ପ୍ରାପ୍ତ ଏକ

ପଣ୍ଯଦ୍ରବ୍ଯଟିଏ

ଅସରନ୍ତି ଅର୍ଥ ପ୍ରତି ବଦଳରେ

ସବୁ ନେବୁ ଆପଣେଇ

ସିଂହାସନ ,ରାଜପଦ, ଶ୍ରୀ ସଂପଦ

ବିନିମୟେ ମୁକ୍ତି ଏଠି କେବେ ମିଳେନାହିଁ ।

ବନ୍ଧନଟା ପଞୁରୀର ସିନା

ଏ ପଞୁରୀ ହୋଇ ପାରେ

ଏ ସମଗ୍ର ସଂସାର ର ବ୍ଯାପ୍ତ ପରିସୀମା

ସବୁ ଅଲୋଡା ଲୋଡାର ଆକର୍ଷଣ

ସୁସଞ୍ଚ ଶ୍ଯାମ ଧରିତ୍ରୀ ମୁଗ୍ଧ ସବୁଜିମା ।

ଆହତ ଅନାହତର ପରାହତ ଧ୍ୱନି

ବାସ୍ତବ ଅବାସ୍ତବ ରସ୍ପଷ୍ଟ ପଦଚିହ୍ନ

ଗୋଚର ଅଗୋଚର ର ବିଚିତ୍ର ଚକ୍ରାନ୍ତ

ଆକର୍ଷଣ ,ବିକର୍ଷଣ ସକଳ ଆହ୍ୱାନ ।

ବିସ୍ତୃତ ପଞୁରୀ ବକ୍ଷ

ବିଚରଣ ଅବାଧ ଅଭ୍ଯସ୍ତ

ସବୁ ବିନିମୟେ ମହାସୁଖର ସଂଧାନେ

କିଛି କ୍ଷଣ କରିଥାଏ ସମସ୍ତଙ୍କୁ ବ୍ଯସ୍ତ ।

ଶତଦଳ ପଦ୍ମକୋରକରେ ବନ୍ଦୀ ମୁକ୍ତି

ଚତୁ଼ଃପାର୍ଶ୍ୱ ସଶସ୍ତ୍ର ପ୍ରହରୀ

ଚକ୍ଷୁର ପଲକେ ସବୁ ପାଲଟିବି ଯାଏ

ସୁଖ,ଦୁଃଖ, ଯନ୍ତ୍ରଣା ଓ ମୁକ୍ତିର ମାଧୁରୀ ।

ହାତରେ ପାଦରେ ବଂଧା ବେଢି ତୋର

ହୃଦୟରେ ଆସକ୍ତିର ଅଜସ୍ର ଆସର

ମୋହଗ୍ରସ୍ତ ମାନସରେ କେତେ ଯେ ମନାସ

ବ୍ଯାକୁଳ ଚେତନାପ୍ରସ୍ତ ବ୍ଯର୍ଥ ବାରମ୍ବାର ।

ବିସ୍ମିତ ଆହ୍ୱାନ ଅନ୍ତରୀକ୍ଷର ଅଙ୍ଗନୁ

ତୁ କଣ ଛାଡିଦେବୁ ଉଡିବାର ନିଶା

ମୁକ୍ତପକ୍ଷ ପ୍ରସାରିଣ ସୁନୀଳ ଅମ୍ବରେ

ହଜିଯିବୁ ତ୍ଯାଗକରି ତୋ ବାଇଆ ବସା !

ସାଧନାରେ ସିଦ୍ଧି ମିଳେ

ମିଳେ ମୁକ୍ତି ଶାଶ୍ୱତ ଆନନ୍ଦ

ଫେରିଯାରେ ପକ୍ଷୀ ସେହି ଦେଶେ

ତ୍ୟାଗ କରିସବୁ ଆକର୍ଷଣ ଆଉ

ମାୟା , ମୋହ , ଆବେଗର ଦ୍ୱନ୍ଦ ।


Rate this content
Log in

Similar oriya poem from Fantasy