ଜୀବନର ନିରାଟ ସତ୍ୟ
ଜୀବନର ନିରାଟ ସତ୍ୟ
ମୁଁ ଯେ ଅଟେ ଅତିଥି ଅଳପ ଦିନର
ଜାଣିପାରନ୍ତିନି କିଏ ମୋହରି ଅନ୍ତର
ଚାହେଁ ନାହିଁ କାହାକୁ ଦୁଃଖ ଦେବାକୁ
ଚିନହୀନି କେବେ ମାୟା ର ସଂସାରକୁ
ନିଜଲୋକ ହୃଦୟକୁ ବୁଝିପାରିଲେନାହିଁ
ଅନ୍ୟଠୁ କାହିଁ ସ୍ନେହ ଆଶା କରିବି ମୁହିଁ
ମିଛ ମରୀଚିକା ପଛେ ଧାଇଁବି କାହିଁକି
ଜଳଦ ମୋର ବନ୍ଧୁ ମୋତେ ଜଣାନାହିଁକି?
ଆସିଛି ଏକା ଯିବି ମୁଁ ଏକା ରୋଷ କାହଁକି
ଜାଣିପାରୁନି ମୁଁ ସଂସାର ମାୟାରେ ପଡିକି
ଆତ୍ମାର ତ ମୃତ୍ଯୁ ନାହିଁ ଜାଣିଛି ମୁହିଁ
କେତେ ଶରୀରେ ବସା ବାନ୍ଧୁଛି ସେହି
ହୃଦୟର କାଗଜରେ ରକ୍ତର ସ୍ୟାହୀ ଦେଇ
ଲେଖିବି,ସଦା ଅନ୍ୟର ଉପକାରକରିବିମୁହିଁ
ସନମାନ ଯେଉଁଠି ମିଳେ ସେ ସ୍ଥାନକର ଗ୍ରହଣ
ଆସନମାନ ସ୍ଥାନ ପରିତ୍ୟାଗ କର ତତକ୍ଷଣ
ତୁମକୁ ଯେ ଭଲ ପାଏ ତାକୁ ଭଲ ପାଅ ତୁମେ
ଘୃଣା କରେ ଯେ ତୁମକୁ ଭୁଲିଯାଅ ତାକୁ କ୍ରମେ
ସଂସାରର ଏ ହିତ ଅଟେ ନିରାଟ ସତ୍ୟ
ଏହିଭଳି ଜାଣିବ ନିଜ ଜୀବନର ପଥ