Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ରଦି କାଗଜ

ରଦି କାଗଜ

1 min
270



ଭାବନାକୁ ମୋର  ମନ ଦେଇ କେବେ

ଭଲରେ ପାରିନ ପଢି

ରଦି କାଗଜ ମୁଁ     ଚିନାବାଦାମର

ଠୁଙ୍ଗାଟେ ଦେଇଛ ଗଢି ।

ପୂଜା ଗହଳିରେ    ଡାକବାଜି ଗୀତ

ଶୁଣି ନଶୁଣିବା ପରି

ମୋ' କୁହାକଥାକୁ ମନ ଦେଇ କେବେ

କାନରେ ପାରିନ ଭରି ।

ଆଲାର୍ମ ବାଜିଲେ   ନିଦ ବାଉଳାରେ

ଦେଖିଲା ଭଳିଆ ଘଡି

ଆଡଆଖି କରି   ଚେହେରା ନଦେଖି

ଆଗକୁ ଯାଇଛ ବଢି ।

ସୁଖଦୁଃଖ କଥା     ଦୂର ସମ୍ପର୍କୀୟ

ନଦେଖି ଯେମିତି ଭୋଗେ

ନିର୍ଜୀବ ସମାନ  ଭୋଗିଛ ବି ମୋତେ

କରମ ନିଊନ ଯୋଗେ ।

ଚାକିରି ଆଗରୁ     ପଢିଛ ଯେମିତି

ରୋଜଗାର ବିଜ୍ଞାପନ

ଭାବିଥିଲି ମୋତେ   ଭଲକି ନିରେଖି

ପଢିନେବ ତନ୍ନ ତନ୍ନ ।

ଭାବିଥିଲି କେହି  ଶୁଣିବେ କି ମୋତେ

ଯେହ୍ନେ ଅନାହତ ଧ୍ବନି

ନୂଆ ଭାଷା ପ୍ରାୟେ  ବୁଝିବେ ଭଲରେ

ଭାବରେ କରାଇ ଧନୀ ।

ନିଆଁ ଲାଗିଥିଲେ   ସାହିରେ ଯେଭଳି

ସଭିଏଁ ରଖନ୍ତି ଆଖି

ଆଶା ଥିଲା ମୋତେ ଦେଖିବ ସେମିତି

ରହିଥାଇ ପାଖାପାଖି ।

ମାଘୁଆ ଶୀତରେ    କମ୍ବଳ ଭଳିଆ

ଭୋଗିନାହଁ ଦିନେ ଯେବେ

ଅଲୋଡ଼ା ଅଖୋଜା ଜଙ୍ଗଲୀ ଲତା ମୁଁ

କି ଲାଭ ପାଇବି ତେବେ !

ଚରିତ୍ର ସମ୍ଭାଳି     ନିନ୍ଦିବା ସୁଯୋଗ

ଏଯାଏଁ ତ ଦେଇନାହିଁ

ପରମପୁଂସ ହେ     ଅନୁଗ୍ରହ ବଳେ

କରିବ କି ଏଥୁ ତ୍ରାହି ?



Rate this content
Log in