Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

3  

Neelima Nivedita Behera

Romance

ଏଣୁତେଣୁ ୨୦୧୭୫

ଏଣୁତେଣୁ ୨୦୧୭୫

1 min
6.6K


ନା, ମାଗିବିନି ...

ମାଗିବିନି ତୁମକୁ କେବେ

ପାଞ୍ଚଟଙ୍କାର ମାଟିଶଙ୍ଖା ଦି’ପଟ

ଦୁଇ ଟଙ୍କାର ଚିମୁଟାଏ ସିନ୍ଦୁର

ଗୋଟେ ନାଲି ଉତୁରି କି ପାଉଁଜି ହଳେ

ଜାଣେ, ବୋହୂବେଶ ସାଜିବନି ମୋତେ !

ମୋ ପାଇଁ ଏ ଲଙ୍ଗଳା ହାତ ଇ’ ଭଲ

ଯାହାକୁ ଧରି କହିଥିଲ ଦିନେ, “ହେ ! ଦି’ପାଦେ ମୋ ସାଙ୍ଗରେ ଚାଲ !!”

ମୋ ପାଇଁ ଏଇ ଖାଲି ମଥାଟା ଭଲ

ଦାଉଦାଉ ଜଳୁଥାଉ ଶୂନ୍ୟ ମଥାରେ ଥୋଇଥିବା ତୁମର ସେଇ ଗେଲ ।

ଓଢଣି ତଳେ ମୋ, ଝୁଣ୍ଟିବ ଚାଲି

ପାଦ ହଲକ

ରକତେ ଭିଜିବ, ହୋଇବ ନାଲି

ତେଣୁ... ମୋ ପାଇଁ ସେ ମୁକୁଳା କାନୀ ହିଁ ଭଲ

ହେଇଥାଉ ପଛେ

ସମ୍ପର୍କର ଗଭୀରତା ଆମର ଜାଲ ।

ପାଉଁଜି ହଳେ ଲୋଡାନାହିଁ ମୋର୍ କେବେ

ବେଳଅବେଳରେ ହସଟା ତୁମର ଯେ ଶୁଭେ !

ଜିଦ୍ ଧରିଲ, ଶୁଣିବ ଆଜି ମୋ କୋହ

କେମିତି କହିବି ଧନ

ଲାଗିସାରିଛି ତୁମଠେଇଁ ତମାମ୍ ମୋହ

ବାକିଅଛି ଗଣିବାକୁ ଖାଲି

ଆଗାମୀ ଦିନରେ

କେମିତି ଝୁରିବ ତୁମକୁ, ଏଇ ମୋ ଲୁହ !

#


Rate this content
Log in

Similar oriya poem from Romance