Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Firoj Kumar Patel

Others

2  

Firoj Kumar Patel

Others

କି ଦୋଷ ଥିଲା ମୋହର ?

କି ଦୋଷ ଥିଲା ମୋହର ?

1 min
6.7K


ଆଜିଠୁ ବନ୍ଦ କଲି

ତୁମକୁ କବିତାରେ ଆଙ୍କିବାର

ଆଜିଠୁ ବନ୍ଦ କଲି

ତୁମ ଶ୍ରାବଣରେ ଭିଜିବାର

ଏବେଠୁ ହିଁ ରଦ କଲି

ତୁମ ସ୍ମୃତି ଆକାଶରେ ଉଡାଣ

ବନ୍ଧ... ହଁ ସବୁ ବନ୍ଦ ।

ଶ୍ରାବଣ ଉଜାଉ ଥାଉ 

ବସନ୍ତର ମଳୟ ପରସ

ପ୍ରକୃତିକୁ ମତୁଆଲା କରୁ

ମୋର କଣ ଯାଏ ଆସେ ?

 

ସ୍ପନ୍ଦନ ଚାଲୁ ନିରନ୍ତର

ଜୀବନର ପ୍ରମାଣ ଦେବାକୁ

ମୋ ପ୍ରତି ଅଙ୍ଗେ ଲାଗୁ ନିଆଁ

ମତେ ପ୍ରତିକ୍ଷଣ ମାରିବାକୁ ...

 

ଠିକ୍ ଅଛି ଚାଲ...,

ତୁମ ପାଷାଣ ହେବାର ଅଭିନୟରେ

ଆଜିଠୁ ମୁଁ ବି ସାମିଲ ହେବି

ହେଲେ ମୋ ମନ ହିମାଳୟ ତରଳେଇ

ଯେଉଁ ଗଙ୍ଗା ଗଢିଛ

ତାକୁ ରୋକିବି କେମିତି ?

 

ବଡ଼ ଅଜବ୍

ଏ କୁଟନୀତି ତୁମର

ଚୁପ୍ ରହିଲ କିଆଁ, ଜବାବ ଦିଅ

କୁହ ତ ଥରେ

କି ଦୋଷ ଥିଲା ମୋହର?

#ଫିରୋଜ


Rate this content
Log in