ସୁଖ ଦୁଃଖ
ସୁଖ ଦୁଃଖ
ସୁଖ ଏମିତିକା ଲୋଭ ଆରେ ଭାଇ
ଯା ପାଇଁ ସର୍ବେ ଆତୁର
ଅଧିକ ଲୋଭରେ ସମାପ୍ତ ଘଟଇ
ବାସ୍ତବ ସୁଖ ଭଣ୍ଡାର
ଦୁଃଖ ଏମିତିକା କାଳ ଆରେ ଭାଇ
ଭୟରେ କମ୍ପେ ହୃଦୟ
ଅଧିକ ଅଧୀର ସହଜେ କରଇ
ସୁଖ ଶାନ୍ତିର ବିଲୟ
ଅଧୈର୍ଯ୍ୟ ହୁଅନି ବିପଦରେ କେହି
ନାଚନି ସୁଖ କାଳରେ
ଦୁଃଖ ସୁଖ ଭାଇ ନଇ ଧାର ଦୁଇ
ସ୍ନାନ କର ଆନନ୍ଦରେ ।
ଚିତ୍ତ ରଞ୍ଜନ ଲେଙ୍କା (କଟକ)