Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଉତ୍କଳେ ଉତ୍ସବ

ଉତ୍କଳେ ଉତ୍ସବ

1 min
501


ପ୍ରଚଣ୍ଡ ବୀରତ୍ଵ କାଳଜୟୀ କଳା ଉତ୍କଳର ପରଂପରା

ଗଂଗା ଠାରୁ ଗୋଦାବରୀ ଜୟକରି କଳା କୋଣାରକେ ଭରା ।


ଗାନ୍ଧିଜୀଙ୍କ ବାଣୀ ଭାରତର ଆତ୍ମା ରହିଛି ଆମ ଗ୍ରାମରେ

ସରଳ ଜୀବନେ ଉଚ୍ଚ ପରଂପରା ଭରି ରହିଛି ସେଠାରେ ।


ଉଡ୍ର କୃଷକର ରାଇଜ ଓଡିଶା କଳିଙ୍ଗ ଉତ୍କଳ ନାମ

ପୁରୁଷୋତ୍ତମରେ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ଧାମ ।


ବିବାହ ଉତ୍ସବ ବନ୍ଧୁ ମିଳନରେ ବାର ମାସେ ତେର ପର୍ବ

ସ୍ୱୟଂ ଜଗନ୍ନାଥ ଯହିଁ ବିରାଜିତ ଦେବତା ଆସନ୍ତି ସର୍ବ !


ଭାଗବତ ଟୁଂଗି ପାଲାର ଗାୟଣୀ ଦାସ୍ କାଠିଆ ଘୋଡାନାଚ

ବେଦୋପନିଷଦ ଛାନ୍ଦ ଚଉପଦୀ ଲୋକକଳା ପ୍ରଚଳିତ।


ଗଣପର୍ବ ନୂଆଖାଇ ଭେଟଘାଟ କୃଷିଭିତ୍ତିକ ସମାଜ

ଫସଲ ଉତ୍ପାଦ ସମର୍ପିବା ପାଇଁ ଘରଦ୍ବାର ସଜବାଜ ।


ଅଦ୍ଭୁତ ଏ ରୀତି ଧରଣୀ ହୁଅଇ ରଜଶ୍ୱଳା ରଜ ପର୍ବ

ଭୂମି କରଷଣ ମନା ତିନି ଦିନ ନାରୀର ମହତ୍ୱ ସର୍ବ ।


ମାଣବସା ଗୁରୁବାର ଚାରିପାଳି ତଅପୋଇ ବୁଧେଇ ଓଷା

ବିବାହ ବ୍ରତରେ ଗ୍ରାମ ଦେବତୀଙ୍କ ମାଜଣା ଦିଏ ଭରଷା।


ଗହ୍ମା ଦଶହରା ହୋଲି ପଂଚକ ଦୀପାବଳି ପଂଚୁଦୋଳ

ପୂର୍ଣ୍ଣମୀ ଅମାବାସ୍ୟା ସଂକ୍ରାନ୍ତି ପର୍ବ ଏଠି ମାଳମାଳ ।


ଛୁଂଚିପତ୍ର ପିଠା ପୋଡପିଠା ମଣ୍ଡାପିଠା ଆରିଷା କାକରା

ଚକୁଳି ଚିତଉ ପିଠା ମିଠା କେତେ ପରବର ମୁଖ୍ୟ ଧାରା ।


ଶାମ୍ବ ଦଶମୀର ଡାଲମା ସାଥିରେ ଦଉଡା ଦଉଡି ଜାଉ

ଧାନବିଲେ ନିଜ ଜନ୍ତାଳ କୀର୍ତ୍ତନ ଅଷ୍ଟପ୍ରହରୀ ଟି ଥାଉ ।


ସାବିତ୍ରୀ ଓଷାର କଷା ମିଠା ଫଳ ବିଷୁବ ସଂକ୍ରାନ୍ତି ପଣା

ଛତୁଆ ସାଂଗରେ ଚଉଁରାରେ ଠେକି ବୁନ୍ଦା ଜଳସେଚ ଗଣା ।


ବାଗୁଡି ପୁଂଚିର ଜମକ ଚମକେ ଲୁଡୁଖେଳ କୁଆଁରୀର

ସଂସ୍କୃତି ଧୀରେ ମରି ଯାଉଅଛି ଉଦ୍ଧାର ଉଦ୍ଧାର ଉଦ୍ଧାର ।


ଚଣ୍ଡାଶୋକକୁ ଧରମାଶୋକରେ ପରିଣତ ଯିଏ କଲା

ଆପଣା ସଂସ୍କୃତି ଫେରାଇ ଆଣିବା କେଉଁ ବିଚିତ୍ର ବା ଭଲା !!



Rate this content
Log in