Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଅନୁପ୍ରବେଶକାରୀ

ଅନୁପ୍ରବେଶକାରୀ

1 min
6.9K


ଅନୁପ୍ରବେଶକାରୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଆମ ଦେଶେ ଏବେ ବିଦେଶୀ

ପଶି ଆସିଲେଣି ବଙ୍ଗଳାଦେଶୀ ।

ବଙ୍ଗଳା, ଆସାମ ହେଉ ବା ଓଡ଼ିଶା

ଏମାନେ ହୋଇଗଲେଣି ପଡ଼ିଶା ।

ବଡ଼ ଦୋଷୀ ସରକାରୀ ନୀତି

ଭୋଟ୍ ଖେଳର ସବୁ ରାଜନୀତି ।

ପାଖେ ଭୋଟର୍ କାର୍ଡ ଆଉ ରାସନ

ଖୋଲିଯାଇଛି ଚାରିଆଡ଼େ ଦୋକାନ ।

କବଳରେ ଶ୍ରମ ଆଉ ରୋଜଗାର

ଆର୍ଥିକ ଅବସ୍ଥା ଉପରେ ପ୍ରହାର ।

ସାରାବିଶ୍ୱରେ ଭାରତର ଡଙ୍କା

ଅସ୍ଥିର କରି କରିଦେବେ ବଙ୍କା ।

ହତ୍ୟା, ଲୁଣ୍ଠନ ଏମାନଙ୍କ ପେସା

ଛାଡ଼ିନାହିଁ ଆମକୁ ଏଯାକେ ନିଶା ।

ଧର୍ମନିରପେକ୍ଷତାର ଫାଇଦା

ଏବେ ଏହା ଖୁବ୍ ଭଲ ଧନ୍ଦା ।

ପଙ୍ଗୁ ଆଜି ଦେଶର ପ୍ରଶାସକ

ଆସିବ ପୁଣି ମୋଗଲ ଶାସକ ।

ଖାତା ବହି ଭାଷଣରେ ବିଦେଶ ନୀତି

ପଶିଗଲାଣି ଏବେ ପ୍ରିୟାପ୍ରୀତି ।

ମାଟିର ମା’କୁ କଲେଣି ଅକ୍ତିଆର

ତୋଳିଲେଣି ଘର ହୋଇ ନିଜର ।

ସମସ୍ୟା ଅଟେ ଅତି ବିକରାଳ

ଡେରି ହେଲେ ହୋଇଯିବ କାଳ ।

ସାର୍ବଭୌମତ୍ୱର କରିଦେବ ଶେଷ

ରହିଯିବ କେବଳ ଅବସୋସ ।

ଜାଗିବାର ସମୟ ଆଉ ଦୃଢ଼ ନୀତି

ନହେଲେ ଆମ ଦେଶେ ଆମେ ଶରଣାର୍ଥୀ ।

ନଦେଇ ଏବେ କାହା ମୁଣ୍ଡେ ଦୋଷ

ବିତାଡ଼ିତ କର ଶତ୍ରୁଙ୍କୁ ସୀମାନ୍ତର ଦେଶ ।

ପିନ୍ଧ ଜାତୀୟତାର ବେଶ

ସାରା ବିଶ୍ୱକୁ ଦିଅ ସନ୍ଦେଶ ।

ଅହିଂସାର ପୂଜାରୀ ଆମେ

ନୁହେଁ ଭୀରୁ କାପୁରୁଷ କାମେ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy