ଚାଲ ଟିକେ ଦୁଷ୍ଟ ହବା
ଚାଲ ଟିକେ ଦୁଷ୍ଟ ହବା
ଚାଲୁନ ଟିକେ ଦୁଷ୍ଟ ହବା
ହେଲେ କେମିତି ଯେ ...
ସମାଜ କ'ଣ କହିବ
ଜୀବନର ଏ ପାହାଚରେ ପହଞ୍ଚି
ଏ ସବୁ ଭାବିଲା ବେଳକୁ ..
ନା ଠିକ୍ ନୁହେଁ ..ହେଲେ
ମନ ଯେ ହଉଚି
ତମର କ'ଣ ହୁଏନି ...
ହଁ ସମ୍ଭବ ହବ
ଏମିତି ହୁଅନ୍ତା କି
ଦିନ ରାତି ମିଶି
ଛବିଶି ଘଣ୍ଟା ହୋଇଯା'ନ୍ତା
ଆଉ ଆମ ହାତରେ ବଳକା ଦୁଇ ଘଣ୍ଟା
ସେଇ ଅବସରରେ ଆମେ
ନିର୍ଧୂମ ଦୁଷ୍ଟାମି କରନ୍ତେ
କେମିତି ହବ ...କହୁନ
ହଁ ସେଇ ସମୟ ଟିକକ ଆମ ହାତରେ
ନଥିବ ଆପତ୍ତି ଅଭିଯୋଗ କାହାର
ଯାଆନ୍ତେ ସେଇ ନଈ କୂଳକୁ
ହେଲେ ସେଇ ପୁରୁଣା ଗଛ ଟା ଯେ
ଏବେ ନାହିଁ ..ଉଭେଇ ଯାଇଛି କେବେଠୁ
ପୋଲ ତଳେ ଗୁଣୁଗୁଣେଇବା ..
ରାସ୍ତା ଭାରି ଭିଡ
ଚାଲି ଚାଲି ନୁହେଁ କି ରିକ୍ସା ରେ ନୁହେଁ
ଯେମିତି ସେତେବେଳେ ...
ସିନେମା ହଲ ଯିବା ବନ୍ଦ
ପାର୍କ ବି ଭଲ ଲାଗିବନି ।
ମୋବାଇଲ ରେ ଦୁଷ୍ଟ ହବା
କ'ଣ କହୁଛ ...ବେଳାଭୂମି
ଭଲ ହବ ହେଲେ
ସେଠି ଝାଉଁ ଜଂଗଲ ଅବା
ସେଇ ଝାଉଁ ଗଛଟି ଆଉ ନାହିିଁ ଯେ
ଯାହାକୁ ଆଉଜି
ସମୁଦ୍ର ର ଢେଉ ଗଣୁଥିଲୁ ଆଉ
ମଝିରେ ମଝିରେ ଦୁଷ୍ଟାମି କରୁଥିଲୁ
ସିମେଣ୍ଟ ବେଞ୍ଚ ରେ ବସି ବାଦାମ ...
ଭିଡ ଭାରି ଏଠି
ହେଏଏଇ ସେଇ ଟିକେ ଦୂରକୁ ଚାଲିଯିବା
ପାଦକୁ ପାଦ ମିଳେଇ ଚାଲିବା କିଛି ବାଟ
ଦୁଷ୍ଟାମି କରିବା ହସରେ କଥାରେ
ଏଇମିତି ହାଲକା ଦୁଷ୍ଟାମି ରେ ମାତିବା
ନହେଲେ ବହେ ଗପିବା ...ନା କ'ଣ କହୁଛ
ଏ ଡି ଏମ୍ ଛକରେ ପ୍ଲେଟ ଗୁପଚୁପ ...
ଘରେ ଗରମ
ଛାତକୁ ଆସ
ମୁଁ ବି ଆମ ଛାତରେ
ମୋବାଇଲ ରେ ଟିକେ
ହେଁ ହେଁ ଫେ ଫେ ହବା ।
ନିଳଗିରି ପାହାଡ କୁ ଚାଲିଯିବା
ନିରୋଳାରେ ...
ହେଲେ ଦୁଇ ଘଣ୍ଟା କମ ପଡିଯିବ ।
ସବୁଠୁ ଭଲ ହବ
ସପନରେ ମିଳିବା
ଆଉ ମନ ଭରି ଦୁଷ୍ଟ ହବା
ଚାଲ ଟିକେ ଦୁଷ୍ଟ ହବା ...ହା ହା