Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ପ୍ରୀତି

ପ୍ରୀତି

1 min
6.8K


ପୀତିରୁ କେବେ ଖୋଜିନି ପୁଣ୍ୟ

ଖୋଜିନି ଲାଭ‐କ୍ଷତି

ଖୋଜିଛି ଖାଲି ମିଳନପାଇଁ

ଜୋଛନା ଭରା ରାତି ॥

ଆକାଶେ ଜହ୍ନ ବଉଦ କୋଳେ

ଲୁଚାଇ ଦେଲେ ମୁହଁ

ଛାଇଛାଇକା ଆଲୁଅ ତଳେ

ଖୋଜେ ମୁଁ ତୁମ ଦେହ

ଓଠ ଛୁଆଁଇ ମାପେ ମୁଁ ସେଇ

ଦେହର ଯେତେ ତାତି ॥

ତାତି ତ ଖାଲି ରାତିକ ପାଇଁ

ଝଡର କଥା କହେ

ସକାଳ ଛୁଆଁ ପାଇଲେ ସବୁ

ନିମିଷେ ଭୁଲିଯାଏ

ଭୁଲି ବି ଭୁଲି‐ ହୁଏନା ଯାହା

ତାହାରି ନାମ ପ୍ରୀତି ॥

×××ଅଭିରାମ ସାହୁ 


Rate this content
Log in