ଚକ୍ଷୁଦାନ
ଚକ୍ଷୁଦାନ
କି ସୁନ୍ଦର ସେ ମୁଖମଣ୍ଡଳ
ଓଠରେ ଖିଲ୍ ଖିଲ ହସ
କୈଶୋର ବିଦାୟ ନେବାକୁ ବସିଲାଣି
ଯୈlବନ ଆସିବାକୁ ବ୍ୟଗ୍ର।
କେତେ କଥା ସତେକି ଯେପରି
ଅଛି କରିବାକୁ ବ୍ୟକ୍ତ ,
ହେଲେ ତା ପାଇଁ ତ ଅନ୍ଧକାର ,
ଏ ଦୁନିଆଁ ଚିରଦିନ ।
କି ଯନ୍ତ୍ରଣାରେ ବିତିଥିବ ସେ ଶୈଶବ...
ଖୋଜିଥିବ ମାଁକୁ ଅଣ୍ଡାଳି ଅଣ୍ଡାଳି...
ଜାଣେନା ସେ ସଂସାରର ସୈlନ୍ଦର୍ଯ୍ୟ,
ଋତୁ ପରିବର୍ତ୍ତନରେ ପ୍ରକୃତିର ଲାବଣ୍ୟ,
ବୁଝିପାରେନା ସେ ମଣିଷର ରୂପଚର୍ଯ୍ୟା,
ଅବା ଅଭିବ୍ୟକ୍ତି ତା'ର।
ତଥାପି ଚେଷ୍ଟିତ ସମସ୍ତଙ୍କ ,
ତାଳରେ ତାଳ ମିଳାଇ ଚାଲିବାକୁ।
ଆସ ଥରେ କରିବା ନିଶ୍ଚୟ
ଦେଖାଇବା ଦିନେ ତାଙ୍କୁ,
ସୂର୍ଯ୍ୟାଲୋକର ସ୍ୱରୂପ,
ଇନ୍ଦ୍ରଧନୁର ସପ୍ତରଙ୍ଗ....
ମୃତ୍ୟୁ ପରେ ଚକ୍ଷୁ ଦାନ କରି ସଭିଏଁ
ଅନ୍ଧକାର ଗୁମ୍ଫାରୁ କରି ଉଦ୍ଧାର
ସମାଜରେ ସୃଷ୍ଟି କରିବା
ନୂତନ ପରମ୍ପରା ଓ ଐତିହ୍ୟ ।