Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Others

2  

Sarat Jal

Others

ଅନ୍ତିମ ଯନ୍ତ୍ରଣା

ଅନ୍ତିମ ଯନ୍ତ୍ରଣା

1 min
6.9K



ଦିନେ ନଭଜିଲୁ ପ୍ରଭୁଙ୍କର ନାମ

ସଂସାରେ ମଜିଲୁ ଛାଡି ପୁଣ୍ୟକର୍ମ ।

ଅଧର୍ମପଙ୍କରେ ହେଲୁ ନଟପଟ

ଅନ୍ତକାଳେ ହେବୁ କେତେ ଛଟପଟ ॥


ପଶୁପରି କରୁ ଜୀବନଯାପନ

ବୃଥା ଗପସପେ ହରିଲୁ ତୋଦିନ ।

ଆହାର,ନିଦ୍ରା,ମୈଥୁନେ ଦେଲୁ ମନ

ଦିନେ ନଖୋଜିଲୁ ଜୀବରଜୀବନ ॥


କହିଁପାଇଁ ଆସିଥିଲୁ ଏ ଧରାକୁ

କିଏ ଗଢିଥିଲା ତୋ ଆତ୍ମାପାରାକୁ ।

ପାରା ଦିନେ ଉଡିଯିବ ଗଗନକୁ

ଭାବିଲୁନି ଥରେ ଏ ସାର କଥାକୁ ॥


ମାୟା ରଂଗମଞ୍ଚେ କଲୁ ଅଭିନୟ

ଅଭିନୟ ସାରି ଯିବୁ ଯମାଳୟ ।

ଯମପୁରେ କେତେ ପାଇବୁ ଯନ୍ତ୍ରଣା

ଏ ସମୟେ ସାହା କାଳିଆ କରୁଣା ॥


ବେଳ ଥାଉଥାଉ ବିବେକୀ ପୁରୁଷ

ପୁରୁଷୋତ୍ତମକୁ ବାରମ୍ବାର ଘୋଷ ।

ସେଇ ପ୍ରଭୁ ଏକା କରିବେ ଉଦ୍ଧାର

ଅନ୍ତିମ ଯନ୍ତ୍ରଣା ହରିବେ ଜୀବର ॥


ତେବେ ସିନା ଜୀବ ହୋଇବ ମୁକତି

ମୁକତି ପସରା ପ୍ରଭୁ ଲକ୍ଷ୍ମପତି ।

ତାଙ୍କ ପାଦେ ଢାଳି ଭକତି ପ୍ରଣତି

ଏ ଗୀତ ଶରତ କରୁଅଛି ଇତି ॥


ଶରତ ଚନ୍ଦ୍ର ଜାଲି

ତା:୭/୮/୧୮


Rate this content
Log in