Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apurba Ranjan Sahoo

Others

3  

Apurba Ranjan Sahoo

Others

ଆଉ ନାହିଁ

ଆଉ ନାହିଁ

1 min
13.3K


ମା' ଦେଇଥିବା ଖଡ଼ି, ବାପା ଲେଖି ଦେଇଥିବା ପଣିକିଆ ଖାତା, ଅବଧାନର କାନମୋଡ଼ା ✗✗✗ଆଉ ନାହିଁ !

 

ଓଲଟା ପାଦରେ ପିନ୍ଧୁଥିବା ସେ ପ୍ରଥମ ଚପଲ,ସ୍କୁଲ୍ ହତାରେ ଛାଡ଼ି ଆସିଥିବା ଛତା,ସାଙ୍ଗସାଥୀର କଟି ✗✗✗ଆଉ ନାହିଁ !

 

ଗଡ଼ିଆ ପୋଖରୀ ପାଣି,ଗୋଳେଇ ଘାଣ୍ଟି ଘରକୁ ଆସି ଉତ୍ତମ ମଧ୍ୟମ ଛେଚା ଖାଇବାର ମଜା ✗✗ଆଉ ନାହିଁ !

 

ଖରାଦିନେ ପାଣିବନ୍ଧେଇ ନାଳ,କେନାଲରୁ କଉ,ଚେଙ୍ଗ ମାଛ ଧରି ଚୂଲିରେ ପୋଡ଼ି ଖାଇବାର ମଜା ✗✗ଆଉ ନାହିଁ !

 

ଜେଜେମା କାଟୁକପଣିଆ,ଆଈବୁଢ଼ୀ ଗୁଡ଼ାଖୁ ଘଷା,ଜେଜେବାପା କାନ୍ଧରେ ବୁଲା, ଅଜାବୁଢ଼ାର ପାନବଟୁଆ ✗✗ଆଉ ନାହିଁ !

 

ଗୋବର ଲିପା ଘର,ଅଗଣା,ଖଳା, ପିଣ୍ଡାରେ ଢ଼ାଳ ଧରି ବସି ଦାନ୍ତକାଠି ଘଷା, ଯୌଥ ପରିବାରର ଗହଳିଚହଳି,ହସଖୁସି ✗✗ଆଉ ନାହିଁ !

 

ରବିବାର ଚାରିଟାରେ କଳାଧଳା କୋଣାର୍କ ଟିଭି ଆଗରେ ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ରର ଭିଡ଼ ✗✗ଆଉ ନାହିଁ !

 

ପିଢ଼ା,ଧୂଳିଖେଳ,କନାପେଣ୍ଡୁ,ପାଳଗଦା ଲୁଚକାଳି,ଖେଳଛୁଟିର ଖୁସି,ପାଞ୍ଚ ପଇସା ଚକୋଲେଟ୍,କୋଡ଼ିଏ ପଇସା ବାରମଜା,ଆମ୍ବ,କ,କଇଥ,କଇଁଆ ସହ ଲୁଣଲଙ୍କାର ମଜା ✗✗ଆଉ ନାହିଁ !!


Rate this content
Log in