Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Fantasy

5.0  

ବି. ନିରୁପମା

Drama Fantasy

ଉଦ୍ଧରିଲା ସବୁ ସାଥୀ

ଉଦ୍ଧରିଲା ସବୁ ସାଥୀ

1 min
2.5K



ଶୁଣିଲଣି କିଲୋ,ନନ୍ଦରଜା ପୁଅ

କିସ ରଚିଲାଣି କାଣ୍ଡ ,

ଘଟଣାରେ ପରା ପଡୁଛି ,ଉଠୁଛି

ସାରା ଗୋପପୁର ଦାଣ୍ଡ ।


ବହୁରୂପୀ ଗୋଟେ ପଶିଆସିଥିଲା

ଆମ ମୁଲକକୁ ଲୁଚି ,

ବାଳକ ମେଳରେ ମିଶି ଖେଳୁଥିଲା

ଖେଳ ସିଏ ମିଛି ମିଛି ।


ଅଚାନକ କେତେ ପିଲା ଅପହରି

ରଖିଲା ପାହାଡ଼ ଖୋଲେ ,

ତା' ଫନ୍ଦି ଫିକର ବୁଝିକରି କାହ୍ନା

ଗୋଡେଇଲା କଉଶଳେ ।


ଦଇତଟା ସାଥେ ଲଢେଇ କରିକି

ଉଦ୍ଧରିଲା ସବୁ ସାଥୀ ,

ଆମ କହ୍ନେଇର ଜୟ ଗୀତିରେ ଲୋ,

ଉଠିଲେଣି ସବୁ ମାତି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Drama