Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashish Kumarmishra

Others

4  

Ashish Kumarmishra

Others

ମହାନ୍ ନାରୀ (MAHAAN NAAREE)

ମହାନ୍ ନାରୀ (MAHAAN NAAREE)

1 min
13.9K


                           ମହାନ୍ ନାରୀ

 

ନିରବ ନିରବଛିନ୍ନ ଦୃଷ୍ଟିର

ସଂଗୁପ୍ତ ଭାଷାର ଅକୁହା କଥା |

ଶବ୍ଦ  ଓ ଅଲୁଅର

ଅବିରାମ ଲୁଚକାଳି ଖେଳରେ

ସମ୍ପର୍କର ପରିଧିକୁ

ବିସ୍ତୃତ କରି ଓ କରାଇ ,

ସାମିପ୍ୟ ତଥା ସହାବସ୍ଥାନର

ନୂତନ ପରିଭାଷାରେ

ଅନ୍ବେଷା ଓ ଜିଜ୍ଞାସା ର

ମଧ୍ୟବର୍ତୀ ଇଲାକାରେ ....

ସଂଯୋଗୀ ମନବୃତ୍ତି ଟିଏ

ଭରିଦିଅ ତମେ ନାରୀ |

ଘଟଣା ଓ ଦୁର୍ଘଟଣା ର

ଘାତ ପ୍ରତିଘାତ ମଧ୍ୟରେ ,

ଜୀବନଟା ଜୀଇଁବାର

ଅଦମ୍ୟ ପୀପାସା ଆଣିଦିଅ ...

ଚିରନ୍ତନ ସତ୍ୟ ପରି

ତମ ପଛେ ଧାଇଁବାର ଅଦମ୍ୟ

ମାନସିକତାକୁ |

ଅଶୋକ ବନର ଶିଂଶପା ବୃକ୍ଷପରି

ଅଶ୍ରାଦିଅ ତମେ ,

କିନ୍ତୁ

ସେ ଦିଗମାୟାବୀ ଅରଣ୍ୟରେ

ଭ୍ରଷ୍ଟ ପଥଚାରୀ ଓ ନଷ୍ଟ ଗନ୍ଧର୍ବର

ଛଳନା

ତଥା ପ୍ରତାରଣାର ଅସ୍ତରଣ

ଏଡାଇବାର ପ୍ରୟାସ ବି କରନି |

ସୃଷ୍ଟିର ଆଦ୍ୟଭାଷା (ପ୍ରେମ )

ଏଯାବତ୍ ତମ ରୁପର ଆନିନ୍ଦ୍ୟ

ରୋସଣୀରେ ,

ସାରା ଦୁନିଆକୁ ଝଲକାଉଥାଅ ...

କାରଣ ମହାନ୍ ନାରୀ ତମେ |

ମନଗହନର ନିଭୃତ ତମ ପ୍ରଦେଶରେ

ଲୁକ୍କାୟିତ ଅନ୍ତରଂଗ ସତ୍ୟଟିକୁ

ଛଳନାର ଆବରଣ ଢାଙ୍କି

ଗତାନ୍ବିତ ଜୀବନରେ ଖାଲି ଅଭିନୟ

କରିଚାଲ,

କିଛି ହୋଇନଥିବାର ଏକ

ନିର୍ଲିପ୍ତ ନିର୍ବିଶକ ଚାହାଣୀର ଠାର ଦେଇ |

ସେ ଚାହାଣୀ ପ୍ରକାରାନ୍ତରେ କ୍ଷତାକ୍ତ

କରେ

ସରଳ ବିଶ୍ବାସୀ ପ୍ରେମିକର ହୃଦୟକୁ |

ତମସହ ସମ୍ପର୍କ ଯୋଡିଲାପରେ

ସେ ନିଡ ଭାଙ୍ଗିଯାଏ ପୁଣି

ବିହଙ୍ଗ ବିପ୍ଳବର

ବିଧ୍ବସ୍ତ ନଷ୍ଟ ନିଡପରି  ତଥାପିତ |

କିନ୍ତୁ

ସ୍ମୃତିର ଶରହଦ ତଳୁ

ତମେ ଅଲୋକ ବର୍ତିକା ,

ବେଲାଭୂଇଁର ଅସଂଖ୍ୟ ଅସ୍ପଷ୍ଟ

ପଦଚିହ୍ନ ମଧ୍ୟୁ

ଗୋଟାଇ ଚାଲିଥାଅ

ନିଳକାନ୍ତ ଶୌରଭ ଶାମୁକା ...

କାରଣ ମହାନ୍ ନାରୀ ତମେ |

ତଥାପିତ ,

ତମେ ବହନକର

ପରମ ପୁରୁଷଙ୍କ ସୁସ୍ପଷ୍ଟ ସ୍ବାକ୍ଷର ,

ତେଣୁ ତମେ

ପୁନ୍ୟୋତୟା ମନ୍ଦାକିନୀ ଓ

ପ୍ରାଣପ୍ରାଚୁର୍ଯ୍ୟୁର ଅଫୁରନ୍ତ ଗନ୍ତାଘର  |


Rate this content
Log in

More oriya poem from Ashish Kumarmishra