Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Others Romance

5.0  

ବି. ନିରୁପମା

Others Romance

ବାରତା ଯାଉଛି ଘରୁ

ବାରତା ଯାଉଛି ଘରୁ

1 min
6.9K


ଗଲା ଫଗୁଣରେ ଫଗୁ ଖେଳ ବେଳେ

ଦେଖିଥିଲି ଗୋରୀ ତୋତେ ,

ବାନ୍ଧବୀ ଗହଣେ ଚାଲି ଯାଉ ଯାଉ

କଣେଇ ଚାହିଁଲୁ ମୋତେ ।

ଆଖିରେ ଆଖିରେ କି ଇସାରା ଦେଲୁ

ଛାତି ହୋଇଗଲା ଚିରି ,

ସେଇ ଦିନ ଠାରୁ ତୋଅ ଭାବନାରେ

ଅହରହ ହୁଏ ଝୁରି ।

ସଜଫୁଟା ନୀଳକଇଁ ପରାୟେ ତୋ

ଶ୍ୟାମଳି ତନୁର କାନ୍ତି ,

ଆଙ୍କି ହୋଇଗଲେ ମାନସ ପଟରେ

ମିଳଇ ବହୁତ ଶାନ୍ତି ।

ବାରବାର ତୋର କଥାକୁହା ଆଖି

ଇସାରା କରୁଛି ମୋତେ ,

ଏଇ ସଂସାରରେ ମୋହରି ପାଇଁ କି

ବିହି ଗଢ଼ିଅଛି ତୋତେ ।

ସବାରିରେ ଆଲୋ ଉଠେଇ ଆଣିବି

ବାରତା ଯାଉଛି ଘରୁ ,

ଅପେକ୍ଷା କରିଛି ନିକଟ ତିଥିରେ

ଭାଇ ବାହାଘର ସରୁ ।

ରାଣ ରହିଲା ,ମୋ ପ୍ରତୀକ୍ଷା କରିବୁ

ଜଣାଇଲି ମନକଥା ,

ଆଉ କାହା ହାତ ଧରି ଯିବା ଲାଗି

ଆଣିବୁନି ଜମା ଚିନ୍ତା ।

ବି ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in