Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Romance

3  

Prasanna Kumar Madala

Romance

ମନ ମନ୍ଥନ

ମନ ମନ୍ଥନ

1 min
13.2K


       ମନ  ମନ୍ଥନ 

 

ଦେଖୁଛି ନୀଳ ଗଗନେ 

ପୁଣି ଏ ଧରା ପ୍ରାଙ୍ଗଣେ 

ଦର୍ପଣେ ଦେଖୁଛି ପୁଣି ବନ ଉପବନେ 

ଦେଖୁଛି ଆଜି ମୁଁ ଯେହ୍ନେ ପ୍ରତିଟି ସୁମନେ 

ଏକା ସେହି ତୁମ ସରସ ବଦନ । 

 

ପ୍ରତିବିମ୍ବେ ଦେଖେ ଆଜି 

ନୟନେ ଲୋତକ ରାଜି 

ଆସିଅଛୁ ମୋର ପାଶେ ବଧୁବେଶ ସାଜି 

ସୁନେଲି ସପନ ମୋର ପଡିଯାଏ ଭାଜି 

ସାହାରା ଜୀବନେ ନିରସ ପରାଣ । 

 

ଦେଖୁଛି ଜଳି ଯୌବନେ 

ପୁଷ୍ପିତ ରାଜୀବ ବନେ 

ବାସଭରା ମଧୁ ବହି ପ୍ରେମ ଆବାହନେ 

ଏ ଭ୍ରମରେ କୋଳେ ଧର ଶରଧା ବନ୍ଧନେ 

କି ବା ଖାଲି ମରୁବାଲି ଏ ସପନ । 

 

ପ୍ରିୟା ମୋ ଯାଇଛ ହଜି 

ଜୀବନେ ତୁମକୁ ଖୋଜି 

ସଂସାର ସପନେ ଆଜି ରହିଅଛି ମଜି 

ତୁମ ପାଇଁ ସର୍ବହରା ମରଣକୁ ରାଜି 

ମୋ ମନକାନନେ କୁସୁମ ମଳିନ । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in