Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଅପାଠୁଆ ହେଲେ ଜନପ୍ରତିନିଧି

ଅପାଠୁଆ ହେଲେ ଜନପ୍ରତିନିଧି

1 min
6.8K


ଅପାଠୁଆ ହେଲେ ଜନପ୍ରତିନିଧି

 

ପର୍ଶୁରାମ ବିଶ୍ୱାଳ

 

ପାଠ ପଢ଼ି ଯା’ର ଯିମିତି ଯୋଗ୍ୟତା, ତା ପାଇଁ ମିଳେ ଚାକିରି

ରାଇଜ ସଂସାର ଚାଲିଚି ଇମିତି, ଅବୁଝା ନୁହେଁ କାହାରି

ଜନପ୍ରତିନିଧି ପାଇଁ ପାଠ ଲୋଡ଼ା

କିଆଁ ନାହିଁ ଗିରିଧାରୀ ?

 

ଅପାଠୁଆ ହେଲେ ଜନପ୍ରତିନିଧି, ଶାସକ ଅମଲାତନ୍ତ୍ର

ସୁଯୋଗ ସେ ନେବେ ତାଙ୍କ ଦୁର୍ବଳତା, ଆମେ ହେବୁ ହନ୍ତସନ୍ତ

ଦେଖାଯାଏ ସ୍ୱର୍ଗ ଅବା ସେ ନରକ

କେ କହିବ ଚକ୍ରଧାରୀ ?

 

ମୂରୁଖଟି ଯେବେ ହୋଇଥାଏ ପ୍ରଭୁ ଆମ ଲୋକପ୍ରତିନିଧି

ରବରଷ୍ଟାମ୍ପ ଭାବିବାଟି ସାର, କି ଅଛି ତାଙ୍କର ବୁଦ୍ଧି

କି ଚଳେଇବେ ସେ ରାଇଜ ଦେଶକୁ

କଥା କାମ ହବ ବାରି ।

 

ଅପାଠୁଆ ନେତା ଅଖାଡୁଆ କଥା, ଚର୍ଚ୍ଚା ସେ ଗଣମାଧ୍ୟମ

କହୁକହୁ କ’ଣ କହି ସେ ଦିଅନ୍ତି, ହୁଏ ତାଙ୍କ ମତିଭ୍ରମ

ଦେଶରେ ସମସ୍ୟା ପ୍ରାଚୀରଟି ଉଭା

ସମାଧାନ ହୁଏ ଡେରି ।

 

ଶିକ୍ଷାରେ ନିର୍ଦ୍ଦିଷ୍ଟ ମାପକାଠି ଲୋଡ଼ା, ହେଲେ ଜନପ୍ରତିନିଧି

ଲୋଡ଼ା ବଦଳିବା ଯା’ ଅଛି ବ୍ୟବସ୍ଥା ଆମ ସମ୍ବିଧାନ ବିଧି

ତେବେରେ ଦେଖିବୁ ଗଣତନ୍ତ୍ର-ରଥ

ଗଡ଼ିବରେ ଘିରିଘିରି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in