Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୨୮

ଜୀବନ ଗୀତା-୩୨୮

1 min
166


ଜୀବନରେ ସାଂସାରିକ ସୁଖ

ସବୁଠୁଁ ସୁନ୍ଦର

ନମିଳିଲେ ଜୀବନ ଜଟିଳ

ଅତି ଅସୁନ୍ଦର ॥୦॥

ଆବେଗ ଯେତିକି

ଚିନ୍ତାବି ସେତିକି

ନିଷ୍ଠାର ସହିତ ସଂସାରର ଧର୍ମ

ପାଳିବାକୁ ହୁଏ

ଅସ୍ଥାୟୀ ଆନନ୍ଦ ରହେ କିଛିକ୍ଷଣ

ସ୍ଥାୟିତ୍ୱ ନଥାଏ

ସଂସାରର ସୁଖଶାନ୍ତି ସିନା

ସ୍ଥାୟୀ ଆଉ ଚିର ॥୧॥

ଅନ୍ୟର ଆନନ୍ଦ

ନିଜର ଆନନ୍ଦ

ଅନ୍ୟର ବିଷାଦ ବେଦନା ସବୁକୁ

ବାଣ୍ଟିବାକୁ ହୁଏ

ନିରାସକ୍ତ ମନତ ହୃଦୟହୀନ

ବେପରୁଆ ରୁହେ

ସୁଖେଦୁଃଖେ କାର ହୁଏନାହିଁ

ସିଏ ଭାଗୀଦାର ॥୨॥


Rate this content
Log in

Similar oriya poem from Inspirational