Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Inspirational

3  

Sukanti Hotta

Inspirational

ପ୍ରେମର ପାଖୁଡା

ପ୍ରେମର ପାଖୁଡା

1 min
90


ଅଦଭୂତ ଅଟେ ଦୁଇଟି ଅକ୍ଷର

ସଂସାର ମଧ୍ୟରେ ଶ୍ରେଷ୍ଠ

ଅନ୍ତରରେ ଯାର ପ୍ରସ୍ଫୁଟିତ ହୁଏ

ପାଏନି ଜମାରୁ କଷ୍ଟ l


ବିଭିନ୍ନ କିସମ ପାଖୁଡା ତାହାର

ବର୍ଣ୍ଣି କି ପାରିବି ମୁଁହି

ସ୍ନେହ ଦୟାର ଭଣ୍ଡାର ଅଟେ ସେ

କଳନା ତାହାର ନାହିଁ l


ମାତୃ ସନ୍ତାନର ପ୍ରେମ ଯେ ନିଆରା

ସୃଷ୍ଟିରେ ଅଟେ ବିରଳ

ଭଗବାନ ବି ଓଲ୍ଲାଇ ଆସି

କରନ୍ତି ଅଦଭୂତ ଖେଳ l


ସ୍ୱାମୀ ସ୍ତ୍ରୀ ପ୍ରେମ ସୂତାଖିଅ ଟିରେ

ସଦା ଯୋଡ଼ା ହୋଇଥାଏ

ଆତ୍ମ ବଢିମା ବିରାଜିତ ହେଲେ

ଭାଙ୍ଗି ଚୁରମାର ହୁଏ l


ସୁନ୍ଦର ପାଖୁଡା ବନ୍ଧୁ ପ୍ରେମ ଅଟେ

କୃଷ୍ଣ ସୁଦାମା ପରି

ଏମିତିକା ବନ୍ଧୁ ଯା ଭାଗ୍ୟେ ମିଳିଛି

ଦୁଃଖ ଯାଏ ଅପସରି l


ଭାଈ ଭଉଣୀର ସ୍ୱଚ୍ଛ ଯେ ପ୍ରେମ

ରାଗ ହିଂସା ଦ୍ୱେଷ ନାହିଁ

ରେଶମ ଡୋରିରେ ବନ୍ଧା ହୋଇଥାଏ

ପବିତ୍ର ଭାବନା ନେଇ l


ଭାଇଚାରା ପ୍ରେମ ବିରାଜିତ ହେଲେ

ସଭିଙ୍କ ମନ ମିଶିବ

ସାରା ବିଶ୍ୱବାସୀ ଏକାଠି ହୋଇବେ

ଅହିଁସା ବିରାଜ ହେବ l


ସବୁଠାରୁ ଶ୍ରେଷ୍ଠ ଈଶ୍ୱର ପ୍ରେମ

ଯା ହୃଦେ ବିରାଜି ଥାଏ

ଜୀବେ ଦୟା ଆଉ ନାମ ବିଶ୍ୱାସରେ

ଜୀବନ ଧନ୍ୟ ହୁଏ l


Rate this content
Log in