Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Abstract Others

3  

Prasanna Kumar Madala

Inspirational Abstract Others

ସୁନ୍ଦର ମୋ ଗାଆଁ

ସୁନ୍ଦର ମୋ ଗାଆଁ

2 mins
7.0K


ସରସୀର କୂଳେ    ଓସ୍ତ ଗଛ ମୂଳେ

ସୁଲୁସୁଲୁ ବହେ ବାଆ

ସଞ୍ଜ ଗଲେ ନଇଁ   ହସି ଉଠେ କଇଁ

ସୁନ୍ଦର ଲାଗେ ମୋ ଗାଆଁ ।

ସରାଗେ ହମ୍ବାଳି    ବତ୍ସାଙ୍କୁ ସମ୍ଭାଳି

ସଦନେ ଫେରେ ଗୋକୁଳ

ସରଗରେ ଜହ୍ନ   ହସେ ଛନଛନ

ସାଥେ ଧରି ତାରା ଫୁଲ ।

ସଙ୍ଗତରେ ଖେଳି   କରି କେତେ କେଳି

ସବୁ ପୁଅଝିଅ ଫେରି

ସମୟରେ ବସି    ଘେନି ଖାତା ମସୀ

ସମୀପେ ପଢନ୍ତି ଘେରି ।

ସାରି ଖିଆପିଆ   ଯେତେ ଦିଆନିଆ

ସକଳେ ଯାଆନ୍ତେ ଶୋଇ

ସକାଳୁ ସହଳ    ଉଠନ୍ତେ ଚହଳ

ସମୂଚୟ ଭାବ ଥୋଇ ।

ସୂରୁଯ ବି ଆସେ    ପୂରୁବ ଆକାଶେ

ସୁଦୂର ଗିରି ବଳୟେ

ସୁକୋମଳ ଖରା    ପଡନ୍ତେ ଏ ଧରା

ସରସ ,ମନ୍ଦ ମଳୟେ ।

ସରହଦେ ଥାଇ    ମାଟି ଗୀତ ଗାଇ

ସୁର ତୋଳେ ବନଗିରି

ସସାଗରା ଧରା     ଭାବ ବାଣ୍ଟେ ପରା

ସନ୍ତୋଷେ ଅନ୍ଧାର ଚିରି ।

ସବୁଜିମା କେତେ    ଭରିଥାଏ କ୍ଷେତେ

ସରଗ ପରି ସେ ଦିଶେ

ସମାନେ ତାହାର    କେ ଅବା ବାହାର

ସମର୍ଥ ହୋଇ କି ମିଶେ !

ସ୍ନାନେ ମନ ତୋଷି      ଭୁଆସୁଣୀ ଯୋଷୀ

ସୋପାନରେ ପାଦ ଘଷେ

ସରୋବରେ ଗଭା   ଫିଟାଇ କି ଅବା

ଶଙ୍କୋଚ ମୁରୁକି ହସେ ।

ସଖୀ ତା ଚତୁରା    ହଳଦୀ ବତୁରା

ସାଇତି ରଖିଛି ଘୋରି

ସିକ୍ତ ବାସ ଖୋଲି   ସାରା ଅଙ୍ଗେ ବୋଳି

ସତେ କି ହୋଇବ ଗୋରୀ ।

ସଲିଳେ କି ଦ୍ରବି   ଚହଲିଲେ ଛବି

ସରମି ଦେଖଇ ଥରେ

ସଳଖି ବଦନ   ଚାହଁନ୍ତେ ମଦନ

ସ୍ମରଇ ପୀରତି ଭରେ ।

ସଜନୀର ବାଦେ    ସଜଳ ତା' ପାଦେ

ସହଳେ ଚାଲଇ ଡରେ

ସକ୍ଷ ମତେ କେଶ    ସଜାଡନ୍ତେ ଲେଶ

ସଙ୍କୋଚେ ଫେରେ ଘରେ ।

ସେହି ପଥେ ବଧୁ    ଆସି ରାତି ଅଧୁ

ସଙ୍ଗୀ ସଙ୍ଗେ କାଟି କାଳ

ସଘନ ପାଗରେ   ସଭିଙ୍କ ଆଗରେ

ସ୍ବେଚ୍ଛାରେ ଢାଳିଛି ଝାଳ ।

ସହରେ ତରୁଣ    ଭାବରେ କରୁଣ

ସଞ୍ଚାରେ ମାଆର ବୁକେ

ସ୍ବାମୀ ପଥ ଚାହିଁ   ଲୁହ ଶୁଖେ ନାହିଁ

ସୁହାଗିନୀ ଥାଏ ଦୁଃଖେ ।

ସହଜେ ସହନ     କରଇ ବହନ

ସଂସାର ବନ୍ଧନ ମାୟା

ସେଥିପାଇଁ କାଳେ     ଧୂଳିଘର ଟାଳେ

ସମର୍ପି ଶୀତଳ ଛାୟା ।

ସଧବାର ପତି    ବିୟୋଗରେ ଅତି

ସଙ୍କଟେ ଇଚ୍ଛି ମୋଚନ

ସ୍ରବେ ଲୁହ ଧାର   ଏହି ପଥେ ତାର

ସକତ ବେନି ଲୋଚନ ।

ସୀମା ପାରେ ବସି     କେନ୍ଦରାକୁ ଘଷି

ସ୍ବରେ ବାନ୍ଧି ଦୁଃଖ ରାଗ

ସନ୍ୟାସୀ କି ଯୋଗୀ   ଗାଆନ୍ତିରେ ଭୋଗୀ

ସରିବୁ ପଛେ କି ଆଗ ।

ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩ , ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in

Similar oriya poem from Inspirational