Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2  

Prasant Kumar Nath

Romance

ବର୍ଷା ଓ ପ୍ରେମ

ବର୍ଷା ଓ ପ୍ରେମ

1 min
1.5K


ତୁମ ଜଳବିନ୍ଦୁ ଯେବେ ଠାରୁ ଆସି

ଦେହକୁ ମୋ ଛୁଇଁଗଲା

ସେବେଠାରୁ ସତେ ହୃଦୟରେ ମୋତେ

ପ୍ରେମ ବୋଧେ ହେଇଗଲା ।

ପ୍ରେମ ଋତୁ କେବେ କେମିତି ଆସଇ

ସେକଥା ମୁଁ ଜାଣି ନାହିଁ

ହେଲେ ମୋ ମନଟା ଖୋଜୁଛି ପ୍ରେମିକା

ତୁମେ ଗଲା ପରେ ଛୁଇଁ ।

ତୁମ ଆଗମନେ ପ୍ରେମ ଋତୁ ବୋଧେ

ଏମିତି ଧସେଇ ପଶେ

ପ୍ରେମର ଅଂକୃତ ବୀଜ ବୁଣି ମନେ

ହୃଦୟରେ ଯାଇ ବସେ ।

ଦେହରେ ଉଠଇ ପ୍ରେମର ତରଙ୍ଗ

ମନରେ ପ୍ରୀତିର ରଙ୍ଗ

ପ୍ରେମ ପରଶ ରେ ପ୍ରଭାବିତ ହୁଏ

ଶରୀରର ସବୁ ଅଙ୍ଗ ।

ମୁଁ ଆଜି ଭାବୁଛି ପ୍ରେମ ଅଟେ ବୋଧେ

ବରଷାର ଅନ୍ୟନାମ

ସେଥିପାଇଁ ପରା ବରଷା ଆସିଲେ

ହୋଇଯାଏ ମୋତେ ପ୍ରେମ ।

***

ପ୍ରଶାନ୍ତ କୁମାର ନାଥ

ବାଙ୍ଗାଲୋର


Rate this content
Log in

Similar oriya poem from Romance