Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Romance

3  

Kamal Kumar Dash

Romance

ପ୍ରେମ ନୁହେଁ ଏକ

ପ୍ରେମ ନୁହେଁ ଏକ

1 min
125


 

ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର 

   ସପନ ରୁ ବଡ଼ ସେହି 

ପ୍ରେମ ପରିଭାଷା   ପ୍ରେମୀ ହିଁ ଜାଣନ୍ତି 

   ଅପ୍ରେମୀ ଜାଣିବେ କାହୁଁ (1)

ପ୍ରେମ ନୁହେଁ ଏକ   ପତରର ଘର 

   ପବନ ନେବ ଉଡେଇ 

ପ୍ରେମ ନୁହେଁ ଏକ   ବାଲିଘର ଏଠି 

   ଲହଡି ରେ ଯିବ ଧୋଇ (2)

ପ୍ରେମ ନୁହେଁ ଏକ  କାଗଜ ର ଡ଼ଙ୍ଗା 

    ବରଷାରେ ଭାସିଯିବ 

ପ୍ରେମ ନୁହେଁ ଏକ  ଆଶାର ଗଜଲ 

    ଗାଇଦେଲେ ସରିଯିବ (3)

ହୃଦୟର ପ୍ରେମ   ମନ ଗହୀରିରେ 

    ଚିର ଦିନ ରହିଥିବ 

ତୁମେ ପାଖେ ଥାଅ  ଅବା ଦୂରେ ଯାଅ 

    ତୁମ କଥା ଭାବୁ ଥିବ (4) 



Rate this content
Log in

Similar oriya poem from Romance