Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Abstract Inspirational

2  

Prasanna Kumar Madala

Abstract Inspirational

ଚରମ ସତ

ଚରମ ସତ

1 min
6.6K


ପ୍ରହଲାଦ ଶିରୋମଣି ଭକତ 

ହିରଣ୍ୟକଶିପୁ ଔରସେ ଜାତ 

ସଂଜୀବନୀ ହେଲା ବୋଲି ଗୁପତ

ଝୁରଇ ମେରୁ ପର୍ବତ.... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ପିତୃଶ୍ରାଦ୍ଧେ କରୁ କି ଦୀପଦାନ 

ଦୀପକ ଲିଭାଇ ଜନମ ଦିନ 

ମଢକୁ ଛୁଇଁଲେ ଶୌଚ ବିଧାନ

ମାଂସ ଖାଇବାରେ ମନ... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ମଦ ଦୋକାନରେ ଲାଗିଛି ଧାଡ଼ି 

କ୍ଷୀରବାଲା ବାର ପିଣ୍ଡାରେ ଚଢି 

ନିଅ ନିଅ ବୋଲି ବୋବାଏ ରଡି 

ଦୀରିଘ ଶୁଆସ ଛାଡ଼ି... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ପଚାରୁ କ୍ଷୀରେ କି ମିଶିଛି ପାଣି 

ନିଇତି ପରଖି ମିଟର ଆଣି 

ଖାଣ୍ଟି ପିଇବାଟା କଡୁଆ ଜାଣି 

ମଦରେ ମିଶାଉ ପାଣି... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ଜୀବ ଉଡିଗଲେ ଶରୀର ଶବ 

ଶେଷ ଯାତରାରେ ଆଗରେ ଯିବ 

ବିଭା କାଳେ ବର ପଛରେ ଶୁଭ

ବରଯାତ୍ରୀ ଆଗେ ଥିବ... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ଅସଲ ଭିକାରୀ ବସେ ବାହାରେ 

ଥିଲାବାଲା ଯାଇ ମାଗେ ଭିତରେ

କ୍ଷୀର ଢାଳି ଦେଇ ପଥର ପରେ 

ପୁଷ୍ଟି ହୀନେ ଶିଶୁ ମରେ... ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ଦାମିକା ପାଉଁଜି ପାଦ ହିଁ ବହେ

ପଇସାକ ବିନ୍ଦି ଲଲାଟେ ଶୋହେ 

ଲୁଣ ପରି କଟୂ କଥାଟି କହେ 

ଲୁଣେ କିବା ପୋକ ରହେ...ଲୋ ସଜନୀ 

ଭଲା ବିପରୀତ ଏକଥା ଚରମ ସତ । 

ପ୍ରସନ୍ନ କୁମାର ମାଦଳା 


Rate this content
Log in

Similar oriya poem from Abstract