ଜୀବନର ସନ୍ଧ୍ୟା
ଜୀବନର ସନ୍ଧ୍ୟା
ପଶ୍ଚିମ ଦିଗରେ ଅସ୍ତମିତ ରବି
ସୁଚIନ୍ତି ସନ୍ଧ୍ୟାର ଆଗତ
ମା’ର ପଣତ କାନି ତଳେ ଶୁଏ
ଶିଶୁ ସେହି ନବଜାତ
ମନ୍ଦିରରେ ବାଜେ ଘଣ୍ଟଘଣ୍ଟI
ହୁଏ ସନ୍ଧ୍ୟା ଆରତୀ
ସଞ୍ଜ ହୋଇ ପୁଣି ରାତି ହୁଏ
ଏଇ ତ ପ୍ରକୃତି ର ନିତି
ପକ୍ଷୀ ଫେରେ ନୀଡକୁ ଜଞ୍ଜାଳିତ ମଣିଷ ଫେରେ ଗୃହକୁ
ସୁରୁଜ ବାହୁଡି ଯାଏ ପୁଣି ସାଗର ବକ୍ଷକୁ
ସନ୍ଧ୍ୟାର ମନୋରମ ଦୃଶ୍ୟକୁ ଆଦରି
କବି କରିଥାଏ କେତେ କଳ୍ପନା
ସାତସୁରେ ଭରା ଛନ୍ଦ ରାଗିଣୀରେ
ବାଜେ ହୃଦୟର ବୀଣା
ମଣିଷ ଜୀବନେ ଆସିଥାଏ ସଞ୍ଜ ଓ ସକାଳ ନିରନ୍ତର
ମୃତ୍ୟୁର ସନ୍ଧ୍ୟା ଆସିଥାଏ ଯେବେ ଅନ୍ତ ହୁଏ ଜୀବନର