Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

ମାଆ ଆସିଥିଲା

ମାଆ ଆସିଥିଲା

1 min
6.7K


କାଶତଣ୍ଡୀ କେତେ ହାତଠାରି ଠାରି

ହସି ହସି ଡାକି ଆଣିଥିଲା ,

ହସ ଆଉ ଖୁସି ପସରାକୁ ନେଇ

ଗଜ ବାହନରେ ଆସିଲା ମା'।

ସାରା ସହରଟା ଉଠିଲା ପଡିଲା

ଝୁଣା ଗୋଗଳର ବାସ ଛୁଟିଲା,

ଘଣ୍ଟ ଘଣ୍ଟା ଆଉ ଖୋଳତାଳ ସହ

ପୂଜା ମଣ୍ଡପଟା ଦୁଲୁକୁଥିଲା।

ଆଲୋକ ମାଳାରେ ଷଢଦିନ ଧରି

ଝଲସି ଉଠିଲା ସାରା ସହର,

ଭକତି ଅନ୍ତରେ ମାଆ ମାଆ ବୋଲି

ଶୁଭୁଥିଲା ମୋର କର୍ଣ୍ଣ ଗହ୍ୱର।

ଉପବାସ ପୁଣି ଭକତି ଅଞ୍ଜଳି

ଟେକିଦେଇଥିଲି ମାଆର ପାଦେ,

ସପରିବାରକୁ ତା’ ଘଣ୍ଟ ଘୋଡାଉ

ରକ୍ଷାକରିବାକୁ ସବୁ ବିପଦେ।

ଏତେ ଶୀଘ୍ର ମାଆ ପୂଜାର ଫଳକୁ

ଢାଳି ଦେଇଥିଲେ ମୋ ପଣତରେ,

ସଂସାର ପସରା ମଧ୍ୟରେ ମୁଠେ

ଦୁଃଖ ପସରାକୁ ଦେଲେ ଅର୍ପିରେ।

ଜୀବନର ଯେତେ ସଞ୍ଚିତ ସୁଖକୁ

ନିମିଷକେ ଦୁଃଖ କଲ,

ସୁଖର ପସରା ଚାହିଁ ଥିଲି ମା

ଦୁଃଖ ଦରିଆରେ

ଭସାଇ ଦେଲ।

ସୁଖକୁ ସାଉଁଟି ସଭିଙ୍କ ମୁହଁରେ

ହସ ଦେବା ମୋର ଉଦ୍ଦେଶ୍ୟ ଥିଲା,

ମହାବାତ୍ୟା କାହୁଁ ଲଘୁଚାପ ରୂପେ

ସବୁ ଆଶା ମୋର ଉଡେଇ ଦେଲା।

କେତେ ଆଶା ମୋର ଥିଲା,

କହି ନ ପାରିଲି କିଛି କଥା ସିନା

ମା’ କିନ୍ତୁ ଆସିଥିଲା।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ବର


Rate this content
Log in