Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ମିଳିବେ ବହନ

ମିଳିବେ ବହନ

1 min
6.6K


ମିଳିବେ ବହନ

ରମାକାନ୍ତ ପୁରୋହିତ

ପରବ ପରବ ଜାଗର

ଜଗତ ପୂଜନ୍ତି ଶଙ୍କର ।

ଧ୍ୱଂସ କରତା ମହେଶ୍ୱର

ପରିବେଶ ପାଇଁ ବିଶ୍ୱର ।

ସାଦରେ କଲେ ବିଷପାନ

ଜଗତ କରିଲେ ଶୋଭନ ।

ସେ ସ୍ଥାଣୁ ପ୍ରଭୁ ତ୍ରିଲୋଚନ

ସକଳ ଦୁଃଖ ବିମୋଚନ ।

କୈଳାସ କନ୍ଦର ନିବାସୀ

ଗଙ୍ଗା ଭ୍ରମେ ଯା କେଶରାଶି ।

ଭୀକ୍ଷ ଭୈରବ ଭୟଙ୍କର

କେବେ ଶାନ୍ତ କାନ୍ତ ସୁନ୍ଦର ।

ତାହାଙ୍କୁ ଆଜି ଭକ୍ତ ଗଣ

ସାଦରେ ନୈବେଦ୍ୟ ଅର୍ପଣ ।

ଶଙ୍କର ଶଙ୍କର ଶଙ୍କର

ଏକାମ୍ର ସୃଷ୍ଟି ଭୟଙ୍କର ।

ଯାହା ଦିନେ ସୁନ୍ଦର ରମ୍ୟ

ଆମ କରମରେ ଅଗମ୍ୟ ।

ହରାଇ ବସେ ମନୋରମ

ଆମ ପାଇଁ ଆମେ ହିଁ ବାମ ।

ଆଚରଣ ଓ ଉଚ୍ଚାରଣ

କରେ ପ୍ରକୃତି ପ୍ରଦୂଷଣ ।

ତେଣୁ ଦୂଷଣ କରତାଙ୍କୁ

ଶାସ୍ତି ବିଧାନରେ ତାହାଙ୍କୁ ।

ଏ ଅବସରରେ ଆବାହନ

କରିବେ କଳୁଷ ବହନ ।

ଆରୋହୀ ବୃଷଭ ବାହନ

ଡାକିଲେ ମିଳିବେ ବହନ ।


Rate this content
Log in