Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Firoj Patel

Others

2  

Firoj Patel

Others

ସମ୍ବଲପୁରୀ ନନୀ

ସମ୍ବଲପୁରୀ ନନୀ

1 min
351


ଏ ବେଟୀ....ଦମ ଧର..

ମାଁର୍ ପନତକାନି ନ ଥିମି ବଲି

ଏଁନ୍ତା ଫୁଲେଇ ହେଲେ କେଂତା ହେବା?

ତୋର ଅଂଟାହଲା ସମକୁ ବାଇ କରସି ଯେ ;

ଗାଁର୍ ପିଂଢାନ ଚପକି ଗଲେ ନାଇଁ ବନେ

ଗାଁ ତରାର୍ ଜୋର ଲହଁକି

ତତେ ରାଇଜ ଜିତବାର କେ ହେବା ।

ଫିରୋଜ୍

ଦଗଦଗଉଥିସି ତୋର ସମ୍ବଲପୁରୀ ଶାଢ଼ୀ

ଖିରପିନି ପଏଁରୀ ଟାଡ଼ ବାହାଁସୂତା

ସବୁ ଚମକୁ ଥିବା..

ତୋର ଗୁଡର୍ ଲାଲ ଜରଜର ଅଳତା

ଗୁଭାନ ମଲିଫୁଲର୍ ଗଜରା

ବନେ ସୁନ୍ଦର ଦିସସି ..ମାନୁଛେଁ;

ହେଲେ ବେଲ କାଲ କେ ଦେଖି

ତତେ ଗାଲେ ଟିକେ ପାଉଡର

ଓଠେ ଳିବିସ୍ଟିକ୍ ,ଆଁଖି କାଜଲ

ସବୁ ଲଗେଇ କେ ହେବା

ନାଇଁତ ଏଭର ଧଙ୍ଗରା

ତତେ ଫଟ୍ କରି ବାଉନି ଦେବା ।

ଢୋଲ ପାହାରେ ଢୁଲିଆ ତତେ ହେନ୍ତା ନଚାବା

ତାସା ନିଶାନର୍ ତାଳେ ମଚାନ୍ ଗର୍ଯିବା

ହେଲେ ମୁହୁରିଆର୍ ମୁହୁରି ସୁରେ

ତୋର ତୁଣର୍ ଡାଳଖାଇ

ଖାଲି ଆଦି କାଲର୍ କଥା କହେଲେ

ଏଭର ଦେଖନହାରୀକେ ଅଡୁଆ ନାଇ ହେବା ?

ବେଟୀ ଗୋ ..

ତତେ ଏଭର କଥା ବି କହିକେ ହେବା ।

#firoj

ଶୁନଶାନ୍ ଝାରେ ତୁଇ

ଗର୍ବର୍ ଚଉସିଙ୍ଘା ହିରନ୍ ହ କି

ମହକନର୍ କସ୍ତୁରୀ ମୃଗ

ହେଲେ,ଲା ଲା କରୁଥିବାର

ଆଧୁନିକତାର୍ ବାଘର୍ ଗର୍ଜନ ବି

ତତେ ବାରିକେ ହେବା

ନାଇଁ ତ, ଛନେ ଗଲେ

ନା ତୁଇ ଥିବୁ ନା ତୋର ନାଁ

ଯିବା ଯିବା..ସବୁ ମେଟି ଯିବା ।

ଏ ବେଟୀ ...ବୁଝିଯା

ଅଂଟା ଭିଡ଼..ଆଗକେ ବଢ

ସୃଷ୍ଟି ଆରୁ ଶୃଙ୍ଗାର୍ ସାଙ୍ଗେ କର

ତେହେରୁ ଦେଖବୁ

ଯୁଗ ଆଏବା ଯୁଗ ଯିବା

ହେଲେ ଖାସ ତୋର ଲାଗି

ଫି-ରୋଜ ମଚାନ୍ ଗରଜୁଥିବା ।

ଫିରୋଜ କୁମାର ପଟେଲ

ଅଵନକେଲା,ସୁନ୍ଦରଗଡ଼-୧୯


Rate this content
Log in