Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

କଟକରେ ବର୍ଷା

କଟକରେ ବର୍ଷା

1 min
6.8K


କଟକରେ ବର୍ଷା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏଭଳି ସହର ସାରା ବିଶ୍ୱେ ବିରଳ,

ଏଣ୍ଡୁଅ ମୁତାରେ ସବୁ ସମତଳ!

ରାସ୍ତାଘାଟ ସବୁ ଆଣ୍ଡୁଏ ଜଳ,

ଘୋରିଯାଏ ସବୁ ଟାୟାର, ଚପଲ,

ଡେଙ୍ଗୁ ଜଷ୍ଟିସର ଅହରହ ଖେଳ,

ଡାକ୍ତରଖାନାରେ ରୋଗୀ କଲବଲ,

ବିଛେଇଯାଇଛି ଟେଷ୍ଟିଂ ଜାଲ,

ପନିପରିବା ରେଟ୍ ଡବଲ,

ଖଟିରେ ଚାଲଇ ଗଙ୍ଗା ବୋତଲ,

କୁଜିନେତା କରନ୍ତି ଏ କି ବୋବାଲ,

ମୁନିସିପାଲିଟିରେ ଚହଳ-ଗହଳ,

ପକେଟ ଗରମର ଆସିଲା ବେଳ,

ସରକାରୀ ଘୋଷଣା ବନ୍ୟାଞ୍ଚଳ,

ରିଲିଫର ବହିବ ସୁଆଦିଆ ଝୋଳ,

ରନ୍ଧା ଖାଦ୍ୟରେ ସବୁ ଭେଜାଲ,

ଖାଇଯିବେ ସବୁ ଶାଗୁଣା ଦଳ,

ନେତା ଅଫିସରଙ୍କର ଦେଖାଣିଆ ଝାଳ,

ମହାନଦୀ ତୀରରେ ତୀରରେ

ଚୋରାପ୍ରୀତିର ଲହରି ଉତ୍ତାଳ,

ବଡ଼ବଡ଼ିଆ ଦେଖନ୍ତି ରିଭର ଫଲ୍,

ସଜିଯାଇଛି ଆଳୁଦମ୍-ଦହିବରା ଷ୍ଟଲ,

ମୁକ୍ତ ଆକାଶରେ ଜନତା କରୁଛି ଷ୍ଟ୍ରଗଲ !!!

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy