Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ତୁମରି ଅହଙ୍କାର

ତୁମରି ଅହଙ୍କାର

1 min
7.1K


ମାୟାଧର ମାନସିଂହ

ନେଲ ସବୁ ଅହଙ୍କାର ଅଶ୍ରୁରେ ଭସାଇ

ବଞ୍ଚେ ମୁଁ କିପରି,ଅହଂମୟ ଏ ସଂସାରେ ?

ହେ ନାଥ ନେଉଛ ମୋ ଠୁ ସମସ୍ତ ଛଡ଼ାଇ,

ନିଃସ୍ୱର କି ସ୍ଥାନ ଅଛି ମାଟିର ଧାରରେ ?

ଅନ୍ୟାୟ ତା ଦିଅ ମତେ କିଛି ପ୍ରତିଦାନ,

ଛାଡିଯାଅ ଅବା ନାଥ,ଏକ ଅହଙ୍କାର-

ତୁମରି ସ୍ନେହର ଗର୍ବେ ବଞ୍ଚୁ ମୋର ପ୍ରାଣ,

ମୁକ୍ତ ହେଉ ତମ ଲାଗି ମୋର ଅଶ୍ରୁ ଧାର ।

ହେ ପରମ ପ୍ରିୟ ମମ, ତୁମରି ପ୍ରଣୟ

ଏକାନ୍ତ ଭରସା ଆଜି ଏକ ହିଁ ସମ୍ପଦ,

ସର୍ବ-ରିକ୍ତ ମୁହିଁ ଆଜି,ସେ ଲାଗି ନିର୍ଭୟ

ନ ନିଅ ସେ ଗରବର ପବିତ୍ର ଆନନ୍ଦ ।

ବଢ଼ାଅ ଏ ଅହଙ୍କାର ଅଧିକୁ ଅଧିକ

ଅଶ୍ରୁ -ହବି ଢାଳି ଢାଳି ହେବି ମୁଁ ଯାଜ୍ଞକ ।।

ସମାପ୍ତ


Rate this content
Log in

Similar oriya poem from Classics