Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଏମିତି ବି ଶିବରାତ୍ରି

ଏମିତି ବି ଶିବରାତ୍ରି

1 min
7.0K


ପାର୍ବତୀ ଶିବଙ୍କୁ ଗୁହାରି କରନ୍ତି କୈଳାଶ ଗୁହାରେ ବସି

ଜାଗର ତୁମର ଫିକା ପଡିଲାଣି ଗଂଜେଇ ଟାଣୁଥା ବସି ।

ରାତି ଅଧ ଯାଏ ଉପାସ ରହିକି ଜାଗର ଜାଳୁନି କେହି

ଫଳମୂଳ ଦୁଧ ଦହି ଛେନା ଖାଇ ଉପାସ କି କିଏ ରହି !

ଚେଇଁ ରହିବାକୁ ଟିଭିରେ ଦେଖନ୍ତି କପିଲ ଶର୍ମାର ଶୋ

ୟୋ ୟୋ ହନି ରାପ୍ ଦେଖନ୍ତି ଜାଗର ଜାଳିକି ଘୋ ।

ପାଉଁଶ ବୋଳିକି ବାଘଛାଲ ପିନ୍ଧି ସାପ ବେକରେ ପକାଇ

ଭକତଙ୍କୁ ଆଉ ବାନ୍ଧି ପାରୁନାହଁ ଦେବାଧିଦେବଟି ହୋଇ ।

ଶିବ କହୁଛନ୍ତି ଆମ ଭକ୍ତମାନେ ଭାରି ମତଲବୀ ସିନା

ଗଣେଷ ପୂଜାଠୁ କାର୍ତିକ ପୂର୍ଣମୀ ଉଡାନ୍ତି ଆମର ବାନା ।

ଶିବରାତ୍ରି ପାଇଁ ଚାନ୍ଦାଭେଦା କରି କରନ୍ତି ଭଜନ ସଂଧ୍ୟା

କଟ୍ରିନା କାଇଫ୍ ଅଣ୍ଟା ହଲାଇଲେ କିଏ ଆରାଧ୍ୟ ଆରାଧ୍ୟା !

ନୂଆ ଫନ୍ଦିଟିଏ କରିଛି ଏଥର ଦିନ ମୋ ପ୍ରସିଦ୍ଧ ହେବ

ଭାଲେନ୍ଟାଇନ୍ ଦିନ ଶିବରାତ୍ରି ମନ୍ଦିର ମୋ ଜମିଯିବ ।

ବଜରଂଗ ଦଳ ଗୋଡାନ୍ତି ପାର୍କରେ ପ୍ରମୀ ଯୁଗଳଙ୍କୁ ଦେଖି

ମନ୍ଦିରରେ ମୋର ନିର୍ଭୟ ଆଶ୍ରୟ ଠରାଠରି ହେବେ ଆଖି ।

ଧାତୁରା ଫୁଲରେ ଗୋଲାପ ଲୁଚେଇ ଦେଉଳକୁ ମୋ ଆସିବେ

ଆଇ ଲଭ୍ ୟୁ କହିଲା ବେଳକୁ ଘଣ୍ଟିମୋ ବଜାଇ ଦେବେ ।

ସକାଳ ପହରୁ ରାତି ଅଧ ଯାଏ ଭାଲେଣ୍ଟାଇନ୍ ଙ୍କ ଭିଡ

ଅନୁପ ଜଲୋଟା ଭଜନ ମଝିରେ ଭାଂଗିବେ ସେ ବ୍ୟାରିକେଡ ।

ଧନ୍ୟହେ ମହାତ୍ମା ଭାଲେଣ୍ଟାଇନ୍ ଶିବଙ୍କୁ କରିବ ଦୟା

ଚଉଦ ଫେବୃଆରୀ ଦିନ ଶିବରାତ୍ରି ଫିସନ ପଡୁଥାଆ ।


Rate this content
Log in